ETV Bharat / sitara

'ରିଅଲ ଥଲାଇଭି ଭର୍ସେସ ରିଲ୍ ଥଲାଇଭି', ଗୀତ ଭାଇରାଲ - kangana-shared-thalaivi-first-song

କଙ୍ଗନା ବର୍ତ୍ତମାନ ‘ଚଲି ଚଲି’ ଗୀତ ସହିତ ଜଡିତ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ତାଙ୍କ ଫ୍ୟାନ୍ କ୍ଲବ୍ ଦ୍ବାରା ଏଡିଟ କରାଯାଇଛି । ଏହି ଗୀତରେ ଜୟଲଳିତା ଏବଂ କଙ୍ଗନା ନାଚୁଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

kangana-ranaut-shared-thalaivi-first-song-chali-chali-video-sync-with-jayalalitha
'ରିଅଲ ଥଲାଇଭି ଭର୍ସେସ ରିଲ୍ ଥଲାଇଭି', ଗୀତ ଭାଇରାଲ
author img

By

Published : Apr 3, 2021, 5:09 PM IST

ନୂଆଦିଲ୍ଲୀ : ବି-ଟାଉନର କୁଇନ କଙ୍ଗନା ରଣାୱତ ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ‘ଥଲାଇଭି’ରେ ଅଭିନୟ କରୁଛନ୍ତି । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ସେପଟେ ଶୁକ୍ରବାର ଫିଲ୍ମର ପ୍ରଥମ ଗୀତ ‘ଚଲି ଚଲି’ ରିଲିଜ ହୋଇଯାଇଛି ।

ଏହି ଗୀତରେ କଙ୍ଗନା କ୍ୟାମେରା ଆଗରେ ପ୍ରତି ସେକେଣ୍ଡରେ ବହୁତ ସୁନ୍ଦର ଏବଂ ଚୁଲବୁଲ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଗୀତ ମାଧ୍ୟମରେ କଙ୍ଗନା ତାଙ୍କ ଅଭିନୟ ଏବଂ ଡ୍ୟାନ୍ସ ସହିତ ଦର୍ଶକଙ୍କ ମନରେ ସ୍ବର୍ଗତ ଜୟଲଳିତାଙ୍କୁ ମନେ ପକାଇବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।

ଗୀତ 'ଚଲି ଚଲି' ଜୟଲଳିତାଙ୍କ ପ୍ରଥମ ଚଳଚ୍ଚିତ୍ର 'ବୋନିରା ଅଦାଇ' (1965) ରୁ ନିଆଯାଇଛି । କଙ୍ଗନା 'ଚଲି ଚଲି' ଗୀତ ମାଧ୍ୟମରେ ଜୟଲଳିତାଙ୍କ ଚରିତ୍ରକୁ ଜୀବନ୍ତ କରିଛନ୍ତି । ସେହି ଗୀତରେ ଜୟଲଳିତାଙ୍କ ଲୁକ୍ ପରି କଙ୍ଗନାଙ୍କୁ ମଧ୍ୟ ଏହି ଗୀତରେ ସମାନ ଲୁକ୍ ଦିଆଯାଇଛି।

କଙ୍ଗନା ବର୍ତ୍ତମାନ ଏହି ଗୀତ ସହିତ ଜଡିତ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ତାଙ୍କ ଫ୍ୟାନ୍ କ୍ଲବ୍ ଦ୍ବାରା ଏଡିଟ କରାଯାଇଛି ।

ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ କଙ୍ଗନାଙ୍କ 'ଚଲି ଚଲି' ଗୀତରେ ଜୟଲଳିତାଙ୍କ ପ୍ରଥମ ଚଳଚ୍ଚିତ୍ରର ଗୀତରେ କରିଥିବା ପରର୍ଫମାନ୍ସ । ଏହି ଗୀତରେ ଜୟଲଳିତା ଏବଂ କଙ୍ଗନା ନାଚୁଥିବା ଦେଖାଯାଇଛି ।

ଏହି ଭିଡିଓରେ'ରିଅଲ ଥଲାଇଭି ଭର୍ସେସ ରିଲ୍ ଥଲାଇଭି' ଲେଖାଯାଇଛି ।

କଙ୍ଗନା ଏହି ଗୀତଟିକୁ ସେୟାର କରି ଲେଖିଛନ୍ତି, "ଏହା ଅତ୍ୟନ୍ତ ସୁନ୍ଦର ଏଡିଟ। ଜୟା ମା'ଙ୍କୁ ଏଠାରେ 16 ବର୍ଷ ହୋଇଥିଲା । ଯେତେବେଳେ ମୁଁ ଏହି ଗୀତ ପାଇଁ ସୁଟିଂ କରୁଥିଲି, ସେତେବେଳେ ମୁଁ ମୋର ହୃଦୟରେ ଏହି ଛୋଟ ଝିଅ ବିଷୟରେ ଚିନ୍ତା କରୁଥିଲି" ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.