ମୁମ୍ବାଇ: ସବୁବେଳେ ବିବାଦରେ ରହୁଥିବା କଙ୍ଗନା ରଣାୱତ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ଆସିବାରେ ଲାଗିଛନ୍ତି । ଗତ ବର୍ଷରୁ ଚାଷୀ ଆନ୍ଦୋଳନ ବିରୋଧରେ ନଜର ଆସୁଥିବା କଙ୍ଗନା ଗୋଟିଏ ପରେ ଗୋଟିଏ ଟ୍ବିଟ କରି ସମସ୍ତଙ୍କୁ ଟାର୍ଗେଟ କରୁଛନ୍ତି । ନିକଟରେ ଚର୍ଚ୍ଚିତ ମାଗାଜିନ ଫୋବର୍ସକୁ ନେଇ ସାଘାଂତିକ ଅଭିଯୋଗ ଲଗାଇଥିଲେ । ଆଉ ଏବେ ନିଜ ଆୟ ବିଷୟରେ ଖୁଲାସା କରି ଚର୍ଚ୍ଚାରେ।
-
I don’t mean to brag,I don’t do fairness creams,item numbers,shows,big hero films and now all brands cancelled my contracts also,still whatever little I earn most of it I give away and in return gain so much more,not able to express how to encourage people to give,that’s all🙂
— Kangana Ranaut (@KanganaTeam) February 5, 2021 " class="align-text-top noRightClick twitterSection" data="
">I don’t mean to brag,I don’t do fairness creams,item numbers,shows,big hero films and now all brands cancelled my contracts also,still whatever little I earn most of it I give away and in return gain so much more,not able to express how to encourage people to give,that’s all🙂
— Kangana Ranaut (@KanganaTeam) February 5, 2021I don’t mean to brag,I don’t do fairness creams,item numbers,shows,big hero films and now all brands cancelled my contracts also,still whatever little I earn most of it I give away and in return gain so much more,not able to express how to encourage people to give,that’s all🙂
— Kangana Ranaut (@KanganaTeam) February 5, 2021
ସେ ଶୁକ୍ରବାର ଏକ ଟ୍ବିଟ କରି ଲେଖିଥିଲେ, ‘ଗର୍ବ କରିବାର ଅର୍ଥ ନୁହେଁ, ମୁଁ ଫେୟାରନେସ କ୍ରିମ୍, ଆଇଟମ୍ ନମ୍ବର, ଶୋ, ବଡ ହିରୋଙ୍କ ଫିଲ୍ମ କରେ ନାହିଁ ଏବଂ ବର୍ତ୍ତମାନ ସମସ୍ତ ବ୍ରାଣ୍ଡ୍ ମଧ୍ୟ ମୋର ଚୁକ୍ତିନାମାକୁ ବାତିଲ୍ କରିଦେଇଛନ୍ତି । ତଥାପି ମୁଁ ଯାହା ଅଳ୍ପ ରୋଜଗାର କରୁଛି ସେଥିରୁ ଅଧିକାଂଶ ଦାନ କରିଦେଉଛି । ଆଉ ପ୍ରତିବଦଳରେ ଅଧିକ ଲାଭ କରୁଛି । ବୁଝିପାରୁନାହଁ ଲୋକଙ୍କୁ କିପରି ଦାନ କରିବାକୁ ପ୍ରୋତ୍ସାହିତ କରିବି । ଖାଲି ଏତିକି।’
ଏହାବ୍ୟତୀତ ସେ ଚାଷୀ ଆନ୍ଦୋଳନର ସମର୍ଥନ କରୁଥିବା ସେଲିବ୍ରିଟିଙ୍କୁ କଡା କଥା କହୁଥିବାର ନଜର ଆସୁଛନ୍ତି । ନିକଟରେ ସେ ଆମେରିକାର ପପ୍ ଷ୍ଟାର ରିହାନାଙ୍କ ଟ୍ବିଟରେ ପ୍ରତିକ୍ରିୟା ଦେଇଥିଲେ।