ETV Bharat / sitara

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଦୁନିଆର ଶ୍ରେଷ୍ଠ ସିଏମ କହିଲେ କଙ୍ଗନା ରଣାୱତ

ମୁମ୍ବାଇରେ ଫିଲ୍ମ ହଲ ଗୁଡିକ ବନ୍ଦ ରହିଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଅଧିକ ପଢନ୍ତୁ...

author img

By

Published : Sep 19, 2021, 10:50 AM IST

Updated : Sep 19, 2021, 11:14 AM IST

ମହାରାଷ୍ଟ୍ରମୁଖ୍ୟମନ୍ତ୍ରୀ ଦୁନିଆର ସବୁଠାରୁ ଶ୍ରେଷ୍ଠ ସିଏମ: କଙ୍ଗନା ରଣାୱତ

ମୁମ୍ବାଇ: ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ । ଏବେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ମୁମ୍ବାଇରେ ଫିଲ୍ମ ହଲ ଗୁଡିକ ବନ୍ଦ ରହିଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ ମୁମ୍ବାଇରେ ସିନେମା ହଲ ଗୁଡିକୁ ଖୋଲିବାକୁ ଅନୁମତି ଦେଇନାହାନ୍ତି । ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରି ବହୁ କ୍ଷତି ସହୁଛି ।

ଏହା ସହିତ କଙ୍ଗନା ରଣାୱତ ଉଦ୍ଧବ ଠାକରେଙ୍କୁ ଦୁନିଆର ଶ୍ରେଷ୍ଠ ସିଏମ ଭାବେ ବିବେଚନା କରି କଟାକ୍ଷ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମହାରାଷ୍ଟ୍ର ସରକାର ସେ ପର୍ଯ୍ୟନ୍ତ ସିନେମା ହଲ ଗୁଡିକୁ ବନ୍ଦ ରଖିବାକୁ ଚାହାନ୍ତି ଯେପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ନଷ୍ଟ ନ ହୋଇଛି । ସିନେମା ହଲରେ ଫିଲ୍ମ ରିଲିଜ ପାଇଁ ଅନେକ ଫିଲ୍ମ ଅଛି । ହେଲେ କଳାକାର, ନିର୍ମାତା, ଡିଷ୍ଟ୍ରିବ୍ୟୁଟର ଓ ଥିଏଟର ଅପରେଟରଙ୍କ ପାଇଁ କାହାର ବି ଚିନ୍ତା ନାହିଁ । ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ରାଜ୍ୟ ସରକରାଙ୍କ ଉଦାସୀନତା ମନୋଭାବା ସ୍ପଷ୍ଟ ବାରି ହୋଇପଡୁଛି । ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ଯନ୍ତ୍ରଣା ଭୋଗୁଥିବା ବେଳେ ଦୁନିଆର ସବୁଠାରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ କେହି ପ୍ରଶ୍ନ କରିପାରିବେ ନାହିଁ ।

ତେବେ କଙ୍ଗନା ଚଳଚ୍ଚିତ୍ର 'ଥଲାଇଭି' ରିଲିଜ ହେବା ପୂର୍ବରୁ ରାଜ୍ୟରେ ସିନେମା ହଲ ଖୋଲିବାକୁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ସିନେମା ହଲ ଗୁଡିକୁ ଖୋଲିବା ସହ ଚଳଚ୍ଚିତ୍ର ଜଗତ ଓ ସିନେମା ବ୍ୟବସାୟୀଙ୍କୁ ବଞ୍ଚାଇବାକୁ କଙ୍ଗନା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2021, 11:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.