ETV Bharat / sitara

PM Security Breach: ଆତଙ୍କୀ ଗତିବିଧିର ଗଡ ପାଲଟିଗଲାଣି ପଞ୍ଜାବ କହିଲେ କଙ୍ଗନା

author img

By

Published : Jan 6, 2022, 5:03 PM IST

ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବୁଧବାର ଦିନ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା । ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଙ୍ଗନା ରଣାୱତ । ଅଧିକ ପଢନ୍ତୁ

ପୁଣି ମୁହଁ ଖୋଲିଲେ କଙ୍ଗନା, ମୋଦୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ କହିଲେ ଲଜ୍ଜାଜନକ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବୁଧବାର ଦିନ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା । ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତା ଉପରେ ଚ‌ାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ତାଙ୍କର କାରକେଡ୍ ଫ୍ଲାଏଓଭରରେ ୨୦ ମିନିଟ ପର୍ଯ୍ୟନ୍ତ ଫସି ଥିଲା ।

କଙ୍ଗନା
କଙ୍ଗନା

ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କର କାର୍ଯ୍ୟକ୍ରମ ବାତିଲ କରି ଫେରିଯାଇଥିଲେ । ଏହି ତ୍ରୁଟି ପାଇଁ କେନ୍ଦ୍ର ସରକାର ପଞ୍ଜାବର ଶାସକ କଂଗ୍ରେସ ସରକାରଙ୍କୁ ଦାୟୀ କରିଥିବାବେଳେ ସୋସିଆଲ ମିଡିଆରେ କଂଗ୍ରେସକୁ କଡ଼ା ସମାଲୋଚନା କରାଯାଇଛି । ଇତି ମଧ୍ୟରେ କଙ୍ଗନା ରଣାୱତ ମଧ୍ୟ ନିଜ ପକ୍ଷ ରଖି ପଞ୍ଜାବକୁ ଆତଙ୍କବାଦୀ କାର୍ଯ୍ୟକଳାପର ଏକ ଆଡ୍ଡା ବୋଲି କହିଛନ୍ତି ।

କଙ୍ଗନା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ପଞ୍ଜାବରେ ଯାହା ଘଟିଛି ତାହା ଲଜ୍ଜାଜନକ । ପ୍ରଧାନମନ୍ତ୍ରୀ ଜଣେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ନେତା, ପ୍ରତିନିଧୀ ଏବଂ 140 କୋଟି ଲୋକଙ୍କ ସ୍ବର । ତାଙ୍କର ସୁରକ୍ଷାରେ ଅବହେଳା ଅର୍ଥ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ଉପରେ ଆକ୍ରମଣ । ଏହା ଆମର ଗଣତନ୍ତ୍ର ଉପରେ ମଧ୍ୟ ଆକ୍ରମଣ ।

କଙ୍ଗନା ଆହୁରି ଲେଖିଛନ୍ତି, ପଞ୍ଜାବ ଆତଙ୍କବାଦୀ କାର୍ଯ୍ୟକଳାପର ଏକ ଆଡ୍ଡା ପାଲଟିଛି । ଯଦି ଆମେ ବର୍ତ୍ତମାନ ବନ୍ଦ ନକରିବା, ତେବେ ଦେଶକୁ ବହୁତ କ୍ଷତି ସହିବାକୁ ପଡିପାରେ । ଏହା ସହିତ କଙ୍ଗନା ହ୍ୟାସଟ୍ୟାଗ ଲେଖିଛନ୍ତି- #BharatStandWithModiJi । କଙ୍ଗନାଙ୍କ ଏହି ବୟାନକୁ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସା କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.