ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଜୟଲଳିତାଙ୍କ ଭୂମିକାରେ ଅଭିନୟ କରୁଥିବା ବଲିଉଡ ତାରକା କଙ୍ଗନା ରଣାୱତ ରବିବାର 104ତମ ଜନ୍ମ ବାର୍ଷିକୀ ଅବସରରେ ରାଜନେତା ତଥା ଅଭିନେତା ସ୍ବର୍ଗତ ଏମ.ଜି ରାମଚନ୍ଦ୍ରନ (MGR) ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
- " class="align-text-top noRightClick twitterSection" data="
">
କ୍ବିନ ଫିଲ୍ମ ତାରକା କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସର୍ଟକ୍ଲିପ୍ ସେୟାର କରିଥିଲେ, ଯେଉଁଥିରେ ସ୍ବର୍ଗତ AIADMKର ପ୍ରତିଷ୍ଠାତା-ଅଭିନେତାଙ୍କ ଫଟୋଗୁଡିକ ରହିଛି । ଏହି ସର୍ଟକ୍ଲିପ୍ ସହ ଏକ ଭଏସ୍ ଓଭର ରହିଛି, ଯେଉଁଥିରେ କୁହାଯାଇଛି ଯେ ତାମିଲନାଡୁର ଥଲାଇଭା ଏମ.ଜି, ଯିଏକି ରାଜନୀତି ଓ ଅଭିନୟରେ 50ବର୍ଷ ବିତାଇଛନ୍ତି ଓ ଅଧିକାଂଶ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି । ଏହି ଭିଡିଓରେ ଲେଖାଯାଇଛି ଏମିଜିଆରଙ୍କ ଚରିତ୍ରରେ ଅରବିନ୍ଦ ସ୍ବାମୀଙ୍କୁ ପିରିଚିତ କରାଯାଉଛି ।
କଙ୍ଗନା ସେୟାର କରିଥିବା ଏହି କ୍ଲିପ୍ରେ ନିଜକୁ ଏବଂ ଅରବିନ୍ଦ ସ୍ବାମୀଙ୍କୁ ଯଥାକ୍ରମେ ଜୟଲଳିତା ଏବଂ ଏମ.ଜି ଭାବେ ପରିଚିତ କରିଥିବା ଦେଖିବାକୁ ମିଳିଛି । ଏହାସହିତ ଏମଜିଆରଙ୍କ 104ତମ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ ଏବଂ ଶୈଲେଶ ଆର ସିଂଙ୍କ ଦ୍ବାରା ଚଳଚ୍ଚିତ୍ରର ପ୍ରଯୋଜନା କରାଯାଇଥିବାବେଳେ ସହ-ପ୍ରଯୋଜନା କରିଛନ୍ତି ଥିରୁମାଲ ରେଡ୍ଡୀ ଓ ହିତେଶ ଠାକୁର ।
କଙ୍ଗନାଙ୍କ ଏହି 'ଥାଲାଇଭି' ହେଉଛି ଏକ ମୋସନ୍ ପିକ୍ଚର୍ସ । କରିସ୍ମା ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଏହି ଚଳଚ୍ଚିତ୍ରକୁ ଉପସ୍ଥାପନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ