ETV Bharat / sitara

ୟୁପି ସରକାରଙ୍କ 'one district-one product' ଯୋଜନା, ବ୍ରାଣ୍ଡ ଆମ୍ବାସାଡର ହେଲେ କଙ୍ଗନା

author img

By

Published : Oct 2, 2021, 5:40 PM IST

ଉତ୍ତରପ୍ରଦେଶ ସରକାରଙ୍କ ଗୋଟିଏ ଜିଲ୍ଲା-ଏକ ଉତ୍ପାଦ (ODOP) କାର୍ଯ୍ୟକ୍ରମ । ଏହାର ବ୍ରାଣ୍ଡ ଆମ୍ବାସାଡାର ହେଲେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ । ଅଧିକ ପଢନ୍ତୁ....

ୟୁପି ସରକାରଙ୍କ 'one district-one product' ଯୋଜନା, ବ୍ରାଣ୍ଡ ଆମ୍ବାସାଡର ହେଲେ କଙ୍ଗନା
ୟୁପି ସରକାରଙ୍କ 'one district-one product' ଯୋଜନା, ବ୍ରାଣ୍ଡ ଆମ୍ବାସାଡର ହେଲେ କଙ୍ଗନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କ 'ୱାନ ଡିଷ୍ଟ୍ରିକ୍ଟ- ୱାନ ପ୍ରଡକ୍ଟ' ଯୋଜନାର ବ୍ରାଣ୍ଡ ଆମ୍ବାସାଡ଼ାର ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ । ଏହି ଯୋଜନା ଲାଗି କଙ୍ଗନା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ସଚିବ ନଭନୀତ ସେହଗଲ ସୂଚନା ଦେଇଛନ୍ତି ।

ୟୁପି ସରକାର ଗୋଟିଏ ଜିଲ୍ଲା-ଏକ ଉତ୍ପାଦ (ODOP) କାର୍ଯ୍ୟକ୍ରମ ଆରମ୍ଭ କରିବା ପଛରେ ଏକ ବଡ଼ ଲକ୍ଷ୍ୟ ରଖିଛନ୍ତି । ସରକାର ରାଜ୍ୟର 75ଟି ଜିଲ୍ଲାରେ ଉତ୍ପାଦ-ନିର୍ଦ୍ଦିଷ୍ଟ ପାରମ୍ପାରିକ ଶିଳ୍ପ ହବ୍ ସୃଷ୍ଟି କରିବାକୁ ଚିନ୍ତା କରିଥିବା ଜଣାପଡ଼ିଛି । ଯୋଗୀ ସରକାରଙ୍କ ଏହି କାର୍ଯ୍ୟକୁ କଙ୍ଗନା ଭୂୟସୀ ପ୍ରଶଂସା କରିଛନ୍ତି । ଏହି ବୃହତ ଲକ୍ଷ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଏକ ବୈଠକ କରିଥିଲେ ।

ଏହି ବୈଠକରେ କଙ୍ଗନା ମଧ୍ୟ ଯୋଗଦାନ କରିଥିଲେ । ଏହାସହିତ ଅଯୋଧ୍ୟାର ରାମ ମନ୍ଦିର ବୁଲିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ କଙ୍ଗନାକୁ ନିମନ୍ତ୍ରଣ କରିଥିଲେ ବୋଲି ସୂଚନା ମିଳିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.