ETV Bharat / sitara

ରାଜ୍ୟପାଳ କୋଶ୍ୟାରିଙ୍କୁ ଭେଟିବା ପାଇଁ ମୁମ୍ବାଇ ରାଜଭବନରେ ପହଞ୍ଚିଲେ କୁଇନ - Kangana Ranaut meets Maharashtra Governor

ରବିବାର କଙ୍ଗନା ରାଜ୍ୟପାଳ ଭଗବତ ସିଂ କୋଶ୍ୟାରିଙ୍କୁ ସାକ୍ଷାତ କରିବା ପାଇଁ ମୁମ୍ବାଇ ରାଜଭବନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

Kangana Ranaut meets Maharashtra Governor Bhagat Singh Koshyari
ରାଜ୍ୟପାଳ କୋଶାରିଙ୍କୁ ଭେଟିବା ପାଇଁ ମୁମ୍ବାଇ ରାଜଭବନରେ ପହଞ୍ଚିଲେ କୁଇନ
author img

By

Published : Sep 13, 2020, 5:19 PM IST

Updated : Sep 13, 2020, 7:50 PM IST

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ମାମଲା ଓ ଡ୍ରଗ୍ସ ଲିଙ୍କରେ ବିଟାଉନ ପଛରେ ପଡିଯାଇଛନ୍ତି କଙ୍ଗନା । ବର୍ତ୍ତମାନ ସୁଶାନ୍ତ ମୃତ୍ୟୁ ମାମଲାରେ କୁଇନଙ୍କ ହସ୍ତକ୍ଷେପ ଓ ବଲିଉଡର ପର୍ଦ୍ଦାଫାଶ ପରେ ସମସ୍ତଙ୍କ ଟାର୍ଗେଟରେ କଙ୍ଗନା । ଏହାସହ ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ ବିଏମସି ଦ୍ବାରା କଙ୍ଗନାଙ୍କ ଅଫିସ ଉଚ୍ଛେଦ ସହ ପରବର୍ତ୍ତୀ ସମୟରେ ସ୍ଥଗିତ ରହିଛି।

ରାଜ୍ୟପାଳ କୋଶାରିଙ୍କୁ ଭେଟିବା ପାଇଁ ମୁମ୍ବାଇର ରାଜ ଭବନରେ ପହଞ୍ଚିଲେ କୁଇନ

ଏଭଳି ଏକ ଯୁଦ୍ଧ ପରିସ୍ଥିତିରେ ରବିବାର କଙ୍ଗନା ରାଜ୍ୟପାଳ ଭଗବତ ସିଂ କୋଶ୍ୟାରିଙ୍କୁ ସାକ୍ଷାତ କରିବା ପାଇଁ ମୁମ୍ବାଇର ରାଜ ଭବନରେ ପହଞ୍ଚିଛନ୍ତି।

ରାଜ୍ୟପାଳ କୋଶାରିଙ୍କୁ ଭେଟିବା ପାଇଁ ମୁମ୍ବାଇ ରାଜଭବନରେ ପହଞ୍ଚିଲେ କୁଇନ

ସେ ରବିବାର ରାଜ୍ୟପାଳଙ୍କୁ ଭେଟିଛନ୍ତି ଏବଂ ସେପ୍ଟେମ୍ବର 14 ରେ ସେ ସହର ଛାଡିବେ ବୋଲି ଆଶା କରାଯାଉଛି ।

କଙ୍ଗନା ରାଜ୍ୟପାଳଙ୍କ ନିକଟରେ ତାଙ୍କ ପକ୍ଷ ରଖିବେ । କଙ୍ଗନା କେଉଁ ସ୍ଥିତିରେ ମୁମ୍ବାଇକୁ ଏକ ପିଓକେ ସହିତ ତୁଳନା କରିଛନ୍ତି ବୋଲି ରାଜ୍ୟପାଳଙ୍କ ନିକଟରେ ସେ ପକ୍ଷ ରଖିଛନ୍ତି ।

ପ୍ରକାଶ ଥାଉ ଯେ, କଙ୍ଗନାଙ୍କ ବୟାନ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଥିଲେ ଯେ, ଅଭିନେତ୍ରୀଙ୍କ ମୁମ୍ବାଇରେ ରହିବାର ଅଧିକାର ନାହିଁ । ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ କଙ୍ଗନାଙ୍କ ଓ୍ବାର ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ତାଙ୍କ କାର୍ଯ୍ୟାଳୟକୁ ଭଙ୍ଗିଥିଲା ।

ଏହି ସମୟରେ ଅଭିନେତ୍ରୀଙ୍କୁ କେନ୍ଦ୍ର ସରକାର ଓ୍ବାଇ- ପ୍ଲସ୍ ସୁରକ୍ଷା ପ୍ରଦାନ କରିଥିଲେ । ଯାହା ପରେ କଙ୍ଗନା ସେପ୍ଟେମ୍ବର 9 ରେ ମୁମ୍ବାଇରେ ପହଞ୍ଚିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 13, 2020, 7:50 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.