ମୁମ୍ବାଇ: ନିକଟରେ କଙ୍ଗନା ରଣାୱତ ଏବଂ ଜଣେ ସାମ୍ବାଦିକଙ୍କ ବିବାଦ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । 'ଜଜମେଣ୍ଟାଲ ହେ କ୍ୟା' ଗୀତ ଲଞ୍ଚିଂ ପାଇଁ ଆୟୋଜିତ ପ୍ରେସ କନଫ୍ରେନ୍ସରେ ହୋଇଥିବା ବିବାହ ଏବେ ଥମିବାର ନାଁ ନେଇନାହିଁ । ଏହି ବିବାଦରେ ବିଶ୍ବ ସ୍ତରୀୟ ସମ୍ବାଦିକ ଗୋଷ୍ଠୀ କଙ୍ଗନା ଓ ଫିଲ୍ମ ନିର୍ମାତା ଏକତା କପୁରଙ୍କ କ୍ଷମା ଦାବି କରିଥିଲେ ।
ପ୍ରାକାଶ ଥାଉକି କଙ୍ଗନା ଓ ସମ୍ବାଦିକ ଜଷ୍ଟିନ ରାଓଙ୍କ ମଧ୍ୟରେ ଇଭେଣ୍ଟରେ ହୋଇଥିବା ଯୁକ୍ତିତର୍କ ପରେ ଇଣ୍ଟରଟେନମେଣ୍ଟ ଗିଲ୍ଡ ଅଫ ଇଣ୍ଡିଆ କଙ୍ଗନାଙ୍କ ଦୁର୍ବ୍ୟବହାର ପାଇଁ ତାଙ୍କୁ ବ୍ୟାନ କରିଦେଇଛନ୍ତି । କିନ୍ତୁ ଏହି ବଏକଟରେ କଙ୍ଗନାଙ୍କୁ କୌଣସି ଫର୍କ ପଡିନାହିଁ ।
ଏହି ମାମଲାରେ ଏକତା କ୍ଷମା ମାଗିସାରିଲେଣି । ସେ ସୋସିଆଲ ମିଡିଆରେ ଏକ ନୋଟ ଲେଖି ସମସ୍ତଙ୍କୁ କ୍ଷମା ମାଗିଛନ୍ତି । କିନ୍ତୁ ସବୁଥର ପରି କଙ୍ଗନା ନିଜ ଜଦିରେ ଅଟଳ । ଆଉ ଏବେ ବ୍ୟାନ ଧମକ ଉପରେ ଏକ ଭିଡିଓ ସେୟାର କରିଛନ୍ତି ସେ ।
ସମ୍ବାଦିକଙ୍କୁ ଟକ୍କର ଦେବାକୁ ଯାଉ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଭାରତୀୟ ମିଡିଆର କିଛି ସମ୍ବାଦିକଙ୍କୁ ଦେଶଦ୍ରୋହୀ ଏବଂ ଟଙ୍କା ଲୋଭୀ କହୁଥିବାର ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ କଙ୍ଗନା ହାତ ଯୋଡି ମିଡିଆକୁ ଚ୍ୟାଲେଞ୍ଜ ମଧ୍ୟ କରୁଛନ୍ତି କି ତାଙ୍କୁ ବ୍ୟାନ କରିବା ପାଇଁ । ଦେଖନ୍ତୁ କଙ୍ଗନାଙ୍କ ବିବାଦୀୟ ଭିଡିଓ...