ETV Bharat / sitara

‘ଥଲାଇଭି’ ଶ୍ରମିକଙ୍କୁ କଙ୍ଗନାଙ୍କ ଦାନ

author img

By

Published : Apr 22, 2020, 6:46 AM IST

5 ଲକ୍ଷ ଦାନ କରି ଚର୍ଚ୍ଚାରେ କଙ୍ଗନା ରଣାୱତ। ସେ ଫିଲ୍ମ ଏମ୍ପଲୋଇଜ ଫେଡରେଶନ ଅଫ ସାଉଥ ଇଣ୍ଡିଆ କୋରୋନା ରିଲିଫ ଫଣ୍ଡରେ ଦାନ କରିଛନ୍ତି।

_kangana ranaut
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣୱାତ

ମୁମ୍ବାଇ: କଙ୍ଗନା ରଣାୱତ କୋରୋନା ଭାଇରାସ ପାଇଁ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ଦେବାରେ ଲାଗିଛନ୍ତି। ଅନେକ ଷ୍ଟାର୍ସଙ୍କ ପରେ ନିକଟରେ ସେ କୋରୋନା ବିରୋଧ ଲଢେଇରେ ଦାନ ମଧ୍ୟ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା।

କଙ୍ଗନା ଲକଡାଉନ ପୂର୍ବରୁ ଫିଲ୍ମ ‘ଥଲାଇଭି’ର ସୁଟିଂ କରୁଥିଲେ। ଏହି ଫିଲ୍ମରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ। କୋରୋନା ମହାମାରୀ ପାଇଁ ଫିଲ୍ମର ସୁଟିଂ ମଝିରେ ରଦ୍ଦ କରିବାକୁ ପଡିଥିଲା । ଯେଉଁଥିରେ ସବୁଠାରୁ ଅଧିକ କ୍ଷତି ଫିଲ୍ମରେ କାମ କରୁଥିବା ଶ୍ରମିକ ଓ ଦିନ ମୁଜରିଆରଙ୍କ ହୋଇଛି।

ଏମାନଙ୍କୁ ସାହାଯ୍ୟ କରିବାକୁ ଯାଇ କଙ୍ଗନା 5 ଲକ୍ଷ ଦାନ କରିଛନ୍ତି। ସେ ଫିଲ୍ମ ଏମ୍ପଲୋଇଜ ଫେଡରେଶନ ଅଫ ସାଉଥ ଇଣ୍ଡିଆ କୋରୋନା ରିଲିଫ ଫଣ୍ଡରେ ଦାନ କରିଛନ୍ତି।

କଙ୍ଗନାଙ୍କ ପୂର୍ବରୁ ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ସାରା ଅଲ୍ଲୀ ଖାନ, ରଣବୀର ସିଂ, ଦୀପିକା ପାଦୁକୋନ, ଆଲିୟା ଭଟ୍ଟ, ଆୟୁଷ୍ମାନ ଖୁରାନା ବିରୋଧ ଲଢେଇରେ ଦାନ କରିସାରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.