ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ସବୁବେଳେ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।
ଆଜିକାଲି କଙ୍ଗନା ତାଙ୍କ ସହର ମନାଲିରେ ଅଛନ୍ତି । ବିଶେଷକରି ତାଙ୍କ ପରିବାରର ଜଣେ ନୂତନ ସଦସ୍ୟଙ୍କ ସହିତ । ଏହି ନୂତନ ସଦସ୍ୟମାନେ ହେଉଛନ୍ତି ତାଙ୍କ ପୁତୁରା । ସେ ତାଙ୍କ ସହିତ ପ୍ରଥମ ଥର ପାଇଁ ବୁଲିବାକୁ ଯାଇଛନ୍ତି ।
-
Went hiking with my family yesterday, wonderful experience ❤️
— Kangana Ranaut (@KanganaTeam) December 26, 2020 " class="align-text-top noRightClick twitterSection" data="
P.S my bhabhi is Instagram Queen, she knows everything about all filters, and teaching me how to use them 🥰 pic.twitter.com/dSOkdcldsn
">Went hiking with my family yesterday, wonderful experience ❤️
— Kangana Ranaut (@KanganaTeam) December 26, 2020
P.S my bhabhi is Instagram Queen, she knows everything about all filters, and teaching me how to use them 🥰 pic.twitter.com/dSOkdcldsnWent hiking with my family yesterday, wonderful experience ❤️
— Kangana Ranaut (@KanganaTeam) December 26, 2020
P.S my bhabhi is Instagram Queen, she knows everything about all filters, and teaching me how to use them 🥰 pic.twitter.com/dSOkdcldsn
କଙ୍ଗନା ନିଜ ଇନଷ୍ଟାଗ୍ରାମରେ ତାଙ୍କ ଭାଉଜ ଏବଂ ପୁତୁରାଙ୍କ ସହ ଫଟୋ ସେୟାର କରିଛନ୍ତି । କଙ୍ଗନା କ୍ରିସ୍ ମାସ ସେଲିବ୍ରେଟ କରିବା ପାଇଁ ସେ ନିଜ ପରିବାର ସହିତ ପର୍ବତକୁ ଯାଇଥିଲେ ।
ଏହି ସମୟ ମଧ୍ୟରେ ଭାଉଜ ରିତୁ ଏବଂ ଭଉଣୀ ରଙ୍ଗୋଲିଙ୍କ ସହ କଙ୍ଗନା ବହୁତ ମଜା କରିଥିଲେ । ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, "ଗତକାଲି ମୁଁ ଯେତେବେଳେ ମୋ ପରିବାର ସହିତ ବୁଲିବାକୁ ଯାଇଥିଲି, ସେତେବେଳେ ଏହା ଏକ ବଡ଼ ଅନୁଭୂତି ଥିଲା। ମୋ ଭାଉଜ ଜଣେ ଇନଷ୍ଟାଗ୍ରାମ କୁଇନ । ସେ ସମସ୍ତ ଫିଲ୍ଟର ବିଷୟରେ ଜାଣିଛନ୍ତି ଏବଂ ଏହାକୁ କିପରି ବ୍ୟବହାର କରାଯିବ ସେ ମୋତେ କହିଥିଲେ ।
କଙ୍ଗନା ଚାରୋଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ, କଙ୍ଗନା ଏକାକୀ ବସି ପୋଜ୍ କରୁଛନ୍ତି । ଦ୍ବିତୀୟ ଫଟୋରେ, ସେ ପୁତୁରାଙ୍କ ସହିତ ଫଟୋ ଉଠାଉଛନ୍ତି । ତୃତୀୟ ଫଟୋରେ, ପୁତୁରା କଙ୍ଗନାଙ୍କ କୋଳରେ ବସିଛନ୍ତି ।
- " class="align-text-top noRightClick twitterSection" data="
">
ଚତୁର୍ଥ ଫଟୋରେ, କଙ୍ଗନା ଭଉଣୀ ରଙ୍ଗୋଲି ଏବଂ ଭାଉଜ ରିତୁଙ୍କ ସହିତ ନଜର ଆସିଛନ୍ତି । କଙ୍ଗନା କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକୁ ସେୟାର କରିଛନ୍ତି । ଏହି ଫଟୋକୁ ଏପର୍ଯ୍ୟନ୍ତ ତିନି ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ