ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାୱତ ଶାନଦାର ଅଭିନୟ କରିବା ସହ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଆସିଥାଆନ୍ତି । ଯେବେ ଠାରୁ ତାଙ୍କ ଚର୍ଚ୍ଚିତ ଫିଲ୍ମ 'ମଣିକର୍ଣ୍ଣିକା' ରିଲିଜ ହୋଇଛି, ତେବେ ଠାରୁ ସେ ପୁରା ଇଣ୍ଡଷ୍ଟ୍ରି ଉପରେ ଅସନ୍ତୋଷ ଅଛନ୍ତି । ତାଙ୍କ ଅନୁଯାୟୀ ତାଙ୍କ ଏହି ଫିଲ୍ମକୁ ଇଣ୍ଡଷ୍ଟ୍ରିରୁ ସପୋର୍ଟ ମିଳିନାହିଁ । କେହି ମଧ୍ୟ 'ମଣିକର୍ଣ୍ଣିକା'କୁ ପ୍ରମୋଟ କରିନଥିଲେ ।
ସେ ସବୁଠାରୁ ଅଧିକା ଅସନ୍ତୋଷ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଉପରେ ଅଛନ୍ତି । କିଛି ଦିନ ହେବ ସେ କୌଣସି ନା କୌଣସି କଥାକୁ ନେଇ ଆଲିୟାଙ୍କ ଉପରେ ରାଗିଯାଇଛନ୍ତି । ନିକଟରେ କଙ୍ଗନା ପୁଣିଥରେ ଆଲିୟାଙ୍କ ନାମ ଶୁଣି ରାଗିଯାଇଥିଲେ ଏବଂ ଅନେକ କଥା କହିଦେଇଥିଲେ ।
କଙ୍ଗନା ନିକଟରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ସେହି ସମୟରେ ସେ 'ଗଲି ବୟ'ରେ ଆଲିୟାଙ୍କ ଅଭିନୟ ବିଷୟରେ କମେଣ୍ଟ କରିଥିଲେ । କଥାଟି ହେଲା କି ଏକ ଏଣ୍ଟରଟେମେଣ୍ଟ ୱେବସାଇଟ ସର୍ଭେ କରିଥିଲା, ଯେଉଁଥିରେ କଙ୍ଗନା ଓ ଆଲିୟାଙ୍କ ମଧ୍ୟରେ ଦର୍ଶକଙ୍କୁ ବେଷ୍ଟ ଅଭିନେତ୍ରୀ ବାଛିବାକୁ କୁହାଯାଇଥିଲା । ଏହି ପ୍ରତିଯୋଗିତାରେ କଙ୍ଗନା ପ୍ରଥମ ସ୍ଥାନରେ ରହିଥିଲେ । ଆଉ ଆଲିୟା ଥିଲେ ଦ୍ବିତୀୟ ସ୍ଥାନରେ ।
ଯେତେବେଳେ କଙ୍ଗନାଙ୍କୁ ଏହି କଥା ଜଣାପଡିଥିଲା ସେ ଖୁବ୍ ଖୁସି ହୋଇଯାଇଥିଲେ । ଏହାପରେ ସେ କହିଥିଲେ କି ସେ ଆଲିୟା 'ଗଲି ବୟ' ପରଫର୍ମନ୍ସ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ପୁଣିଥରେ ସେ ବିନ୍ଦାସ ଝିଅ ରୋଲ କରିଥିଲେ । ମହିଳା ସଶକ୍ତିକରଣ ଏବଂ ଭଲ ଅଭିନୟ ବିଷୟରେ ବଲିଉଡରେ ଏପରି ବିଚାର?
ଖାଲି ଏତିକି ନୁହେଁ ଏପରି ଲଜ୍ୟା ଜିନିଷରୁ ତାଙ୍କୁ ଦୂରେଇ ରଖିବାକୁ ଅପିଲ କରିଥିଲେ । ମିଡିଆ ସବୁବେଳେ ଷ୍ଟାର କିଡସଙ୍କୁ ସ୍ନେହ ଦେଇଆସୁଛି । ତାଙ୍କ ବେକାର କାମ ପାଇଁ ପ୍ୟାମ୍ପର କରିବା ବନ୍ଦ କର, ନହେଲେ କେବେ ମଧ୍ୟ ଭଲ ଅଭିନୟର ସ୍କେଲ ଉଠାଇପାରିବେ ନାହିଁ ଷ୍ଟାର କିଡସ ବୋଲି କହିଥିଲେ କୁଇନ ।