ETV Bharat / sitara

କଙ୍ଗନାଙ୍କ ମନାଲି ଘରେ ପହଞ୍ଚିଲା ସୁରକ୍ଷା ଟିମ୍ - କଡାକଡି ସୁରକ୍ଷା ସହ ମୁମ୍ବାଇ ଫେରିବେ କଙ୍ଗନା ରଣାୱତ

କଡାକଡି ସୁରକ୍ଷା ସହ ମୁମ୍ବାଇ ଫେରିବେ କଙ୍ଗନା । ଯାହାପାଇଁ ତାଙ୍କ ମନାଲି ଘରେ ସୋମବାର ପହଞ୍ଚିସାରିଛନ୍ତି ସୁରକ୍ଷା ଟିମ୍ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Sep 8, 2020, 2:28 PM IST

ମନାଲି: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଗୃହ ମନ୍ତ୍ରାଳୟ ତରଫରୁ ମିଳିଥିବା ୱାଇ ପ୍ଲସ ସୁରକ୍ଷା ପାଇଁ ସୁରକ୍ଷା ଟିମ ସୋମବାର ବିଳମ୍ବିତ ରାତିରେ ତାଙ୍କ ମନାଲିସ୍ଥିତ ଘରେ ପହଞ୍ଚିସାରିଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଙ୍ଗନା ମନାଲିରୁ ମୁମ୍ବାଇକୁ ଯାତ୍ରା କରିବେ । ସୋମବାର ଗୃହ ମନ୍ତ୍ରାଳୟ ତରଫରୁ କଙ୍ଗନାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା ହୋଇଥିଲା । ଏହି ସୁବିଧା ପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରଶଂସା ମଧ୍ୟ କରିଥିଲେ ।

ସେହିପରି ହିମାଚଳ ପ୍ରଦେଶ ସରକାର ଦ୍ବାରା ସୋମବାର ପୋଲିସ ଅଧିକାରୀ ପୂର୍ବରୁ କଙ୍ଗନାଙ୍କ ଘରେ ବାହାରେ ସୁରକ୍ଷା ପ୍ରଦାନ କରିଥିଲେ । ଆଉ ଏବେ ମିଳିଥିବା ୱାଇ ପ୍ଲସ ସୁରକ୍ଷା ପାଇଁ କଙ୍ଗନାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହୋଇଛି ।

ପ୍ରକାଶ ଥାଉକି ଶିବସେନା ନେତା ସଞ୍ଜୟ ରାଉତ ନିକଟରେ କଙ୍ଗନାଙ୍କୁ ମୁମ୍ବାଇ ନଆସିବାକୁ ଧମକ ଦେଇଥିଲେ । ଏହାପରେ କଙ୍ଗନା ତାଙ୍କୁ ଜବାବ ଦେଇ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ କହିଥିଲେ, ‘ମୁଁ ଆସନ୍ତା 9 ତାରିଖରେ ମୁମ୍ବାଇ ପାଇଁ ଯାତ୍ରା କରିବି । ଆଉ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚି ସମସ୍ତଙ୍କୁ ଜଣାଇବି ମୁମ୍ବାଇରେ ପହଞ୍ଚିଲି ବୋଲି । ଯାହା ବାପାର ସାହସ ଅଛି ମତେ ଅଟକାଇ ଦେଖାନ୍ତୁ ।’ କଙ୍ଗନାଙ୍କ ଏପରି କଡା ଜବାବରେ କ୍ରୋଧିତ ନଜର ଆସୁଛନ୍ତି ଶିବସେନା ନେତା ।

ସେହିପରି ଖବର ସାମ୍ନାକୁ ଆସିଛି ଯେ ବୁଧବାର ସେ ମୁମ୍ବାଇ ଯାତ୍ରା କରିବେ । ଆଉ ଏହାପୂର୍ବରୁ ସେ ବାପା-ମାଙ୍କ ଘର ମଣ୍ଡି ମଧ୍ୟ ଯାଇପାରନ୍ତି । ମୁମ୍ବାଇ ଫେରିବା ପୂର୍ବରୁ ସେ ବାପା-ମାଙ୍କ ଆଶୀର୍ବାଦ ନେବାକୁ ଚାହୁଁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.