ମୁମ୍ବାଇ: 'ମଣିକର୍ଣ୍ଣିକା- ଦ କୁଇନ ଅଫ ଝାନ୍ସୀ' ପରେ ବି-ଟାଉନର କୁଇନ କଙ୍ଗନା ରଣାୱତ ପୁଣି ନିଜ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଆସୁଛନ୍ତି । କଙ୍ଗନା ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ 'ମେଣ୍ଟାଲ ହେ କ୍ୟା' ଦୀର୍ଘ ସମୟରୁ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମର ପୋଷ୍ଟର୍ସକୁ ନେଇ ମଧ୍ୟ କିଛି ଡାକ୍ତର ବିବାଦ ସୃଷ୍ଟି କରିଥିଲେ ।
ଇତି ମଧ୍ୟରେ ଫିଲ୍ମ ମେକର୍ସ ଫିଲ୍ମର ଟ୍ରେଲର ରିଲିଜ ତାରିଖ ଫାଇନାଲ କରିଦେଇଛନ୍ତି । ଅନ୍ୟପଟେ କଙ୍ଗନା ଏହି ସମୟରେ ନିଜର ଆଗାମୀ ଫିଲ୍ମ 'ପଙ୍ଗା'ର ସୁଟିଂ ପାଇଁ ମୁମ୍ବାଇ ବାହାରକୁ ଯାଇଛନ୍ତି । ସେ ଏହି ଫିଲ୍ମର ଟ୍ରେଲରକୁ ପୁରା ଟିମ ସହ ଲଞ୍ଚ କରିବା ପାଇଁ ମୁମ୍ବାଇ ଫେରିବେ ବୋଲି ଶୁଣିବାକୁ ମିଳୁଛି ।
ଜଣାଇ ଦେଉଛୁ ଯେ ଫିଲ୍ମର ଟ୍ରେଲରଟି ଆସନ୍ତା 19 ତାରିଖରେ ରିଲିଜ ହେବାକୁ ଯାଉଛି । କଙ୍ଗନାଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ରାଜକୁମାର । ଏହି ଦୁଇ ଷ୍ଟାରଙ୍କ ଏହା ଦ୍ବିତୀୟ ଫିଲ୍ମ । ଏହାପୂର୍ବରୁ ଦୁଇ ଜଣ ଏକାଠି 'କୁଇନ' ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମଟି ଜୁଲାଇ 29ରେ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି ମେକର୍ସ ।