ହାଇଦ୍ରାବାଦ: କଙ୍ଗନା ରଣାୱତ ସର୍ବଦା କିଛିନାକିଛି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏଥର ସେ କୌଣସି ବିବାଦୀୟ ମନ୍ତବ୍ୟକୁ ନେଇ ନୁହେଁ ବରଂ କିଛି ବ୍ୟକ୍ତିଗତ କଥାକୁ ନେଇ ଚର୍ଚ୍ଚାରେ । ଦୀର୍ଘଦିନ ଧରି ପ୍ରେମ ମାମଲାକୁ ନେଇ ଚର୍ଚ୍ଚାରେ ଥିବା କଙ୍ଗନା ଏବେ ଆଉ ସିଙ୍ଗଲ ନାହାଁନ୍ତି ବରଂ ତାଙ୍କ ଜୀବନରେ ଆସିଛନ୍ତି କେହି ଜଣେ ସ୍ପେଶାଲ ପୁରୁଷ...
କଙ୍ଗନା ପୂର୍ବରୁ ପ୍ରେମ ବ୍ୟାପାରରେ ଅସଫଳରହିଆସିଛନ୍ତି । ପ୍ରଥମେ ଅଧ୍ୟୟନ ସୁମନ ଆଉ ତାପେର ହ୍ରିତିକ ରୋଶନ । କିନ୍ତୁ ପ୍ରେମରେ ଏତେ ଅସଫଳ ସତ୍ତ୍ବେ କଙ୍ଗନାଙ୍କ ମତରେ ସେ ସର୍ବଦା ପ୍ରେମରେ ଥାଆନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦିଓ ପ୍ରେମକୁ ନେଇ ତାଙ୍କର ଅନେକ ଖରାପ ଅନୁଭୂତି ରହିଛି, ତଥାପି ସେ ଖୁବଶିଘ୍ର ସେସବୁ ଭୂଲି ଆଗକୁ ବଢିବାକୁ ପସନ୍ଦ କରନ୍ତି ।
ସେ ଏବେ କାହାକୁ ଡେଟ କରୁଛନ୍ତି କି ନାହିଁ ପ୍ରଶ୍ନରେ, କଙ୍ଗନା ତାଙ୍କ ଜୀବନରେ କେହି ଜଣେ ପୁରୁଷ ଅଛନ୍ତି ବୋଲି ସ୍ବୀକାର କରିଛନ୍ତି କିନ୍ତୁ ସେହି ସ୍ପେଶାଲ ପୁରୁଷଙ୍କ ବିଷୟରେ ସେ କୌଣସି କଥା କହିବାକୁ ମନା କରିଦେଇଛନ୍ତି ।
ପ୍ରେମକୁ ନେଇ କଙ୍ଗନାଙ୍କ କହିବା କଥା ଯେ ମୁଁ ଏବେ ସେହି ବୟସରେ ଅଛି ଯେ ଯେଉଁଠି ମୋତେ ବୁଝିବା ଭଳି ଲୋକଟିଏ ଦରକାର ଓ ଯିଏ ମୋତେ ମୋ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ । କଙ୍ଗନାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ସେ ନିକଟରେ ଫିଲ୍ମ 'ମଣିକର୍ଣ୍ଣିକା'ରେ ନଜର ଆସିଥିଲେ । ଆଗକୁ ସେ ଏକତା କପୁରଙ୍କ ଫିଲ୍ମ 'ମେଣ୍ଟାଲ ହୈ କ୍ୟା'ରେ ରାଜକୁମାର ରାଓଙ୍କ ସହ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଏହାଛଡା କଙ୍ଗନାଙ୍କ ପାଖରେ ଫିଲ୍ମ ପଙ୍ଗା ଓ ଇମାଲୀ ଭଳି ଫିଲ୍ମ ପ୍ରୋଜେକ୍ଟ ରହିଛି ।