ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ବିବାଦ ପରସ୍ପର ସହ ଜଡିତ । ସେ ଯେତେବେଳେ କିଛି କୁହନ୍ତି ତାହା ସମସ୍ୟା ସୃଷ୍ଟି କରିଥାଏ । ସେ କେବେ ଚୁପ୍ ବସିବା ଝିଅ ନୁହଁନ୍ତି । ସେ ସମସ୍ତଙ୍କ ବିବାଦରେ ପଶି ନିଜର ମନ୍ତବ୍ୟ ଦିଅନ୍ତି ।
ଚଳଚ୍ଚିତ୍ର ଅପେକ୍ଷା ନିଜର ବିବାଦୀୟ ବୟାନ ହେତୁ ଚର୍ଚ୍ଚାରେ ଥିବା କଙ୍ଗନା ଏବେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ପତ୍ନୀ କମଲରୁଖଙ୍କ ସମର୍ଥନରେ ବାହାରିଛନ୍ତି ।
-
Parsis are the genuine minority in this nation, they did not come as invaders they came as seekers and gently requested for mother India’s love. Their small population have hugely contributed to the beauty- growth and economy of this nation ( cont) https://t.co/5hkLcKSeEy
— Kangana Ranaut (@KanganaTeam) November 29, 2020 " class="align-text-top noRightClick twitterSection" data="
">Parsis are the genuine minority in this nation, they did not come as invaders they came as seekers and gently requested for mother India’s love. Their small population have hugely contributed to the beauty- growth and economy of this nation ( cont) https://t.co/5hkLcKSeEy
— Kangana Ranaut (@KanganaTeam) November 29, 2020Parsis are the genuine minority in this nation, they did not come as invaders they came as seekers and gently requested for mother India’s love. Their small population have hugely contributed to the beauty- growth and economy of this nation ( cont) https://t.co/5hkLcKSeEy
— Kangana Ranaut (@KanganaTeam) November 29, 2020
କମଲରୁଖ ନିକଟରେ ଏକ ଲମ୍ବା ନୋଟ୍ ପୋଷ୍ଟ କରି କହିଥିଲେ ଯେ, ୱାଜିଦଙ୍କ ପରିବାର ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି ।
ବର୍ତ୍ତମାନ କମଲରୁଖଙ୍କୁ ସମର୍ଥନ କରି କଙ୍ଗନା ଲେଖିଛନ୍ତି, 'ପାର୍ସୀ ପ୍ରକୃତରେ ଏହି ଦେଶରେ ବହୁ କମ ସଂଖ୍ୟାକ ଅଟନ୍ତି । ସେମାନେ ଆକ୍ରମଣକାରୀ ଭାବରେ ଏଠାକୁ ଆସିନାହାଁନ୍ତି, ବରଂ ସେମାନେ ଭାରତ ମାତାଙ୍କୁ ଭଲପାଆନ୍ତି । ସେମାନଙ୍କର ଛୋଟ ଜନସଂଖ୍ୟା ଏହି ଦେଶର ସୌନ୍ଦର୍ଯ୍ୟ ଏବଂ ଅର୍ଥନୀତିରେ ବହୁତ ଅବଦାନ ଦେଇଛି । ଏହି ମହିଳା ଜଣଙ୍କ ମୋର ବନ୍ଧୁଙ୍କର ବିଧବା ପତ୍ନୀ,ସେ ଜଣେ ପାର୍ସୀ ମହିଳା ଯାହାକୁ ତାଙ୍କ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି । ମୁଁ ପିଏମଓଙ୍କୁ ପଚାରିବାକୁ ଚାହେଁ, ଯେଉଁମାନଙ୍କ ଜନସଂଖ୍ୟା କମ ଅଟେ ସେମାନଙ୍କୁ ଆମେ କିପରି ରକ୍ଷା କରିବୁ?
ଯଦିଓ ଅନେକ ଲୋକ କଙ୍ଗନାଙ୍କ ଏହି ଟ୍ବିଟକୁ ନେଇ ପ୍ରଶ୍ନ କରୁଛନ୍ତି । କିଛି ୟୁଜର୍ସ କହିଛନ୍ତି ଯେ କଙ୍ଗନା ତାଙ୍କ କୃଷକ ଆନ୍ଦୋଳନରେ ଡିଲିଟ କରିଥିବା ଟ୍ବିଟର ଧ୍ୟାନକୁ ଦୂରେଇ ରଖିବା ପାଇଁ ଅନ୍ୟ ପ୍ରସଙ୍ଗ ପ୍ରତି ଧ୍ୟାନ ଦେଉଛନ୍ତି ।