ETV Bharat / sitara

ଅର୍ଜୁନଙ୍କୁ ନିଜର ପ୍ରକୃତ ବନ୍ଧୁ କହି ଚର୍ଚ୍ଚାରେ KRK

author img

By

Published : Jun 5, 2021, 12:51 PM IST

ପୁଣି ଟ୍ବିଟକୁ ନେଇ ଚର୍ଚ୍ଚାରେ କେଆରକେ । ଏଥର ସେ ସଲମାନଙ୍କ ଉପରେ ନୁହେଁ ବରଂ ଅର୍ଜୁନଙ୍କ ଉପରେ କରିଛନ୍ତି ଟ୍ବିଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଫିଲ୍ମ କ୍ରିଟିକ ତଥା ପ୍ରଯୋଜକ କମାର ଆର ଖାନ ଓ ସୁପରଷ୍ଟାର ସଲମାନ ଖାନଙ୍କ ମଧ୍ୟରେ କିଛି ଦିନରୁ ବିବାଦ ଦେଖିବାକୁ ମିଳିଆସୁଛି । ‘ରାଧେ’ ଫିଲ୍ମ ଉପରେ ବିବାଦୀୟ ପ୍ରତିକ୍ରିୟା ଦେଇ ସଲମାନଙ୍କୁ କ୍ରୋଧିତ କରିଥିଲେ କେଆରକେ । ଯାହାପରେ ସଲମାନ ତାଙ୍କ ନାଁରେ ମାନହାନି ମକଦ୍ଦମା ଦାୟର କରି ତାଙ୍କୁ ସମସ୍ୟା ଘେରରେ ପକାଇ ଦେଇଛନ୍ତି । ହେଲେ ଏହା ସତ୍ତ୍ବେ ଚୁପ୍ ହେବାର ନାଁ ନେଉନାହାଁନ୍ତି କେଆରକେ । ଏହି ବିବାଦ ମଧ୍ୟରେ ସେ ଅଭିନେତା ଅର୍ଜୁନ କପୁରଙ୍କ ନିଜର ଭଲ ବନ୍ଧୁ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

  • Thank you so much @arjunk26 Bhai for your call and long discussion. Now I understood that you are only my real friend in Bollywood. And you are only real MARD who is not scared of anyone. Now I will never ever criticise your film.

    — KRK (@kamaalrkhan) June 4, 2021 " class="align-text-top noRightClick twitterSection" data=" ">

ସେ ଏକ ଟ୍ବିଟରେ ଜଣାଇଛନ୍ତି, ‘ମୋ ସହ ଫୋନରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଥା ହେବା ପାଇଁ ଧନ୍ୟବାଦ ଅର୍ଜୁନ ଭାଇ । ଏବେ ମୁଁ ବୁଝିପାରୁଛି ଯେ ବଲିଉଡରେ ତୁମ ହିଁ ମୋର ପ୍ରକୃତ ବନ୍ଧୁ । ଆଉ ଆପଣ ପ୍ରକୃତ ପୁରୁଷ ମଧ୍ୟ ଯିଏ କାହାକୁ ଡରନ୍ତି ନାହିଁ । ମୁଁ ଆଉ କେବେ ମଧ୍ୟ ଆପଣଙ୍କ ଫିଲ୍ମର ସାମାଲୋଚନା କରିବି ନାହିଁ ।’

ପ୍ରକାଶ ଥାଉକି ସଲମାନ ଓ କେଆରକେଙ୍କ ଝଗଡା ଏକ ଟ୍ବିଟରୁ ଆରମ୍ଭ ହୋଇଥିଲା । ଯେଉଁଥିରେ କେଆରରେ ‘ରାଧେ’ ଫିଲ୍ମକୁ ଫାଲତୁ କହିଥିଲେ । ଏଯାବତ ଦୁଇଜଣଙ୍କ ଏହି ବିବାଦ ଥମିବାର ନାଁ ନେଉନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.