ନୂଆଦିଲ୍ଲୀ: କୋରୋନା ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ବର୍ତ୍ତମାନ ବଲିଉଡ ସେଲିବ୍ରିଟିମାନେ ତାଙ୍କ ଘରେ ରହି ପରିବାର ସହିତ ଲକଡାଉନ ସମୟ ବିତାଉଛନ୍ତି । ଲକଡାଉନ କାରଣରୁ କେହି ବାହାରକୁ ମଧ୍ୟ ଯାଇପାରୁନାହାଁନ୍ତି ।
ଏହି ସମୟରେ ବଲିଉଡ ଅଭିନେତ୍ରୀ କାଜୋଲ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହାନିଆଲେ ଜାୟେଙ୍ଗେ’ରୁ ଏକ ସୁନ୍ଦର କ୍ଲିକ୍ ପୋଷ୍ଟ କରିଛନ୍ତି । ଏହି ଫଟୋ ପୋଷ୍ଟ କରି କାଜୋଲ ଏହାକୁ ବର୍ତ୍ତମାନର ସ୍ଥିତି ସହିତ ଯୋଡିଥିଲେ । ଏହି ଫଟୋ ସହିତ କଜୋଲ କ୍ୟାପସନ୍ ଲେଖିଛନ୍ତି, ଫ୍ଲାସବ୍ୟାକ୍ । ଯେତେବେଳେ ଆମେ ବାହାରକୁ ଯିବା ପାଇଁ ଏମିିତି ପୋଷାକ ପିନ୍ଧିଥାଉ । #ଲୁକିଙ୍ଗ ବ୍ୟାକ । କାଜୋଲଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।
- " class="align-text-top noRightClick twitterSection" data="
">
ଲକଡାଉନ ସମୟରେ କାଜୋଲ ଥ୍ରୋବ୍ୟାକ୍ ଫଟୋ ଠାରୁ ଆରମ୍ଭ କରି ସେଲଫି ପର୍ଯ୍ୟନ୍ତ ଅନେକ ମଜାଦାର ଫଟୋ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।
ଚଳିତ ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିଥିବା ଐତିହାସିକ ଫିଲ୍ମ‘ତାନାଜୀ: ଦ ଅନସଙ୍ଗ ୱାରିୟର ’କାଜୋଲଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ପିଲ୍ମରେ କାଜୋଲଙ୍କ ସମେତ ଅଜୟ ଦେବଗନ୍ ଏବଂ ସୌଫ ଅଲି ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ତାନାଜୀ: ଦ ଅନସଙ୍ଗ ୱାରିୟର ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା ।