ହାଇଦ୍ରାବାଦ: ବଲିଉଡ ଷ୍ଟାର କପଲ କାଜୋଲ ଏବଂ ଅଜୟ ଦେବଗନଙ୍କ ଝିଅ ନ୍ୟାସା ଆଜି 18 ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରରେ ଦମ୍ପତି ଏକ ବିଶେଷ ନୋଟ୍ ଲେଖି ଝିଅକୁ ବର୍ଥଡେ ଓ୍ବିଶ କରିଛନ୍ତି ।
ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି ।
ଫଟୋ ସହିତ ଅଜୟ କ୍ୟାପସନରେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା, ପ୍ୟାରୀ ନ୍ୟାସା । ଏଥିସହିତ ଅଭିନେତା ମହାମାରୀ ବିଷୟରେ ମଧ୍ୟ କହିଛନ୍ତି । ମହାମାରୀ ସହ ସଂଗ୍ରାମ କରୁଥିବା ସମସ୍ତଙ୍କ ପାଇଁ ସେ ମଧ୍ୟ ପ୍ରାର୍ଥନା କରିଛନ୍ତି ।
କାଜୋଲ ଝିଅର ପିଲାଦିନର ଫଟୋ ସେୟାର କରି ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏକ ସ୍ପେସାଲ ନୋଟ ଲେଖିଛନ୍ତି ।
କାଜୋଲ ଲେଖିଛନ୍ତି, 'ଆଜି ମୁଁ କହିପାରେ ଯେ ମୁଁ ସଫଳତା ହାସଲ କରିଛି । ତୁମେ ତୁମ କ୍ୟାରିୟରରେ ବହୁତ ଉପରକୁ ଯାଅ ଏବଂ ତୁମର ଉଜ୍ବଳତା ହରାଇବାକୁ କାହାକୁ ଦିଅ ନାହିଁ । ମୁଁ ସବୁବେଳେ ତୁମ ସହିତ ଅଛି । ହାପି ଆଡଲ୍ଟହୁଡ୍ ।
ପ୍ରକାଶ ଥାଉ ଯେ, ଅଜୟ ଦେବଗନ୍ ଏବଂ କାଜୋଲ ପ୍ରଥମେ ଦୁହେଁ ଫିଲ୍ମ ହଲଚଲର ସେଟରେ ଭେଟିଥିଲେ । ପରେ 1999 ରେ ଦୁହେଁ ବିବାହ କରିଥିଲେ । 2003 ମସିହାରେ, କାଜୋଲ ଝିଅ ନ୍ୟାସାଙ୍କୁ ଜନ୍ମ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ