ନୂଆଦିଲ୍ଲୀ: ସିଙ୍ଘମ ଫିଲ୍ମରୁ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କ ବୟଫ୍ରେଣ୍ତ ବିଜନେସମ୍ୟାନ ଗୌତମ କିଚଲୁଙ୍କ ସହ ମୁମ୍ବାଇର ଏକ ହୋଟେଲରେ ବିବାହ କରିଛନ୍ତି । କୋରୋନା କାରଣରୁ ତାଙ୍କ ବିବାହରେ ବହୁତ କମ୍ ଲୋକ ଯୋଗ ଦେଇଥିଲେ । ଏହି ବିବାହ କେବଳ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା ।
ସୋସିଆଲ ମିଡଆରେ ଭାଇରାଲ ହେଉଛି ଏହି ଯୋଡିଙ୍କ ବିବାହ ଭିଡିଓ ଓ ଫଟୋ । ଏବେ ଦୁହେଁ ସେମାନଙ୍କର ନୂଆ ଯାତ୍ରା ଆରମ୍ଭ କରିଛନ୍ତି ।
ନିକଟରେ, କାଜଲ ଏବଂ ଗୌତମଙ୍କ ବରମାଳାର ଫଟୋ ସାମ୍ମନାକୁ ଆସିଛି ।
ଫଟୋରେ କାଜଲ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ଗୌତମ ଧଳା ରଙ୍ଗର ଶେରୱାନି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଫଟୋରେ ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ସୋସିଆଲ ମିଡିଆରେ ସେମାନଙ୍କ ବିବାହ ସ୍ଥାନର ଫଟୋ ମଧ୍ୟ ଭାଇରାଲ ହୋଉଛି । ବିବାହ ସ୍ଥାନ ଗୁଡିକୁ ଧଳା ଫୁଲରେ ସଜାଯାଇଛି । ସବୁକିଛି ବହୁତ କ୍ଲାସୀ ଦେଖାଯାଉଛି ।