ETV Bharat / sitara

ନିକିତାଙ୍କ ପ୍ରେମରେ ଜୁବିନ ! ଧରାପଡିଗଲା ଲଭବାର୍ଡସଙ୍କ ଚୋରି

ଜଣାଶୁଣା ଅଭିନେତ୍ରୀ ନିକିତା ଦତ୍ତଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଦିଲ ଗଲତି କର ବୈଠା ହେ ଫେମ୍‌ ଜୁବିନ ନୌଟିଆଲ । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଅଧିକ ପଢନ୍ତୁ

author img

By

Published : Mar 12, 2022, 1:56 PM IST

ନିକିତାଙ୍କ ପ୍ରେମରେ ଜୁବିନ
ନିକିତାଙ୍କ ପ୍ରେମରେ ଜୁବିନ

ହାଇଦ୍ରବାଦ: ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ । ଯୁବପିଢିଙ୍କ ଦିଲରେ ରାଜ କରୁଥିବା ଜୁବିନ ଏବେ ଡେଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଟେଲିଭିଜନ ତଥା ବଲିଉଡର ଜଣାଶୁଣା ଅଭିନେତ୍ରୀ ନିକିତା ଦତ୍ତଙ୍କ ସହ ଜୁବିନଙ୍କୁ ଅନେକ ଥର ଦେଖିବାକୁ ମିଳିଛି। ସେବେଠାରୁ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଏଥି ସହିତ କପଲ୍‌ଙ୍କୁ ରାତ୍ରୀ ଭୋଜନ ଏବଂ ମଧ୍ୟାହ୍ନ ଭୋଜନରେ ମଧ୍ୟ ଦେଖିବାକୁ ମିଳିଛି । ବିମାନ ବନ୍ଦରରେ ଦୁହେଁ ଏକାଠି ନଜର ଆସିଥିଲେ ।

ନିକିତାଙ୍କ ପ୍ରେମରେ ଜୁବିନ
ନିକିତାଙ୍କ ପ୍ରେମରେ ଜୁବିନ

ଦୀର୍ଘ ଦିନ ଧରି ଅବିବାହିତ ଥିବା ଜୁବିନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଯେ ତାଙ୍କର ପ୍ରିୟ ଗାୟକ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି। ଜୁବିନ୍ ଏବଂ ନିକିତାଙ୍କ ପରିବାର ପରସ୍ପରକୁ ଭେଟି ସାରିଛନ୍ତି। ନିକିତା ତାଙ୍କ ପରିବାର ସହିତ ଉତ୍ତରାଖଣ୍ଡରେ ରହୁଥିବା ଗାୟକ ଜୁବିନଙ୍କ ଘରକୁ ଯାଇଥିଲେ ଏବଂ ଏହା ପରେ ଜୁବିନ୍ ମୁମ୍ବାଇରେ ନିକିତାଙ୍କ ପରିବାରକୁ ଭେଟି ବିବାହ କରିବା ନେଇ ଆଲୋଚନା କରିସାରିଛନ୍ତି ।

ନିକିତାଙ୍କ ପ୍ରେମରେ ଜୁବିନ
ନିକିତାଙ୍କ ପ୍ରେମରେ ଜୁବିନ

ନିକିତା ଏବଂ ଜୁବିନ୍ ସୋସିଆଲ ମିଡିଆରେ ପରସ୍ପରର ପୋଷ୍ଟକୁ ପଢି ଲାଇକ୍‌ ଏବଂ କମେଣ୍ଟ ଦେଉଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମର ଝଲକ କେବଳ ଏହି ପୋଷ୍ଟଗୁଡିକ ମାଧ୍ୟମରେ ଦେଖାଯାଉଛି । ଏହା ସହ ଜୁବିନଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ 'ଦିଲ ଗଲତି କର ବୈଠା ହେ' ପ୍ରସିଦ୍ଧ ଗାୟକ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ହେଲେ ଉଭୟଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ ।

କେଉଁଠାରେ ହେଲା କପଲଙ୍କ ଭେଟ

ନିକିତା ଦତ୍ତା ସହିଦ କପୁରଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ 'କବୀର ସିଂ'ରେ ଜଣେ ଅଭିନେତ୍ରୀ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରର ଭୂମିକା ଅନୁଯାୟୀ ନିକିତା ଦତ୍ତା ସହିଦ କପୁରଙ୍କୁ ରୋମାନ୍ସ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ନିକିତା ଫିଲ୍ମ 'କବୀର ସିଂ'ର ସେଟରେ ଜୁବିନଙ୍କୁ ଭେଟିଥିଲେ। ଜୁବିନ୍ 'କବୀର ସିଂ' ଚଳଚ୍ଚିତ୍ରରେ 'ତୁଝେ କିତନା ଚାହନେ ଲଗେ ହମ୍' ଗୀତ ଗାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.