ETV Bharat / sitara

ଖୁବଶୀଘ୍ର ‘ସତ୍ୟମେବ ଜୟତେ 2’

author img

By

Published : Sep 27, 2019, 10:57 PM IST

ପୁଣି ନିଜ ଦମଦାର ଆକ୍ସନ ଅବତାର ନେଇ ଫେରିବେ ଜନ ଅବ୍ରାହମ । ‘ସତ୍ୟମେବ ଜୟତେ 2’ରେ ତାଙ୍କ ସହ ଅଭିନୟ କରିବେ ବିଦ୍ୟା ଖୋସଲା କୁମାର । ଦୀର୍ଘ ସମୟ ପରେ ଏହି ଫିଲ୍ମ ଜରିଆରେ ବଲିଉଡକୁ କମବ୍ୟାକ କରିବେ ବିଦ୍ୟା।

ଡିଜାଇନ ଫଟୋ

ମୁମ୍ବାଇ: ଆକ୍ସନ ହିରୋ ଜନ ଅବ୍ରାହମଙ୍କ ଏବେ ପାଗଳାମୀ ପରଦାରେ ଦେଖିବାକୁ ମିଳିବ । ସେ ‘ପାଗଲପନ୍ତି’ ଏବଂ ‘ମୁମ୍ବାଇ ସାଗା’ ଭଳି ଫିଲ୍ମରେ ନେଇ ଦର୍ଶକଙ୍କ ସାମ୍ନାକୁ ଫେରିବେ । ଇତିମଧ୍ୟରେ ହ୍ୟାଣ୍ଡସମ ଆକ୍ଟର ଜନ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ସେ ନିଜ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ ସିକ୍ବେଲ ଫିଲ୍ମ ପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି । ଯାହାର ରିଲିଜ ତାରିଖ ଏବେ ଠାରୁ ଘୋଷଣା ହୋଇଯାଇଛି।

ଆଜ୍ଞା ହଁ, ଆକ୍ସନରେ ଭରପୁର ଏହି ଦମଦାର ଫିଲ୍ମକୁ ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତି ତଥା ଅକ୍ଟୋବର 2ରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ରିଲିଜ ତାରିଖ ଟ୍ବିଟରରେ ଘୋଷଣା କରି ଫିଲ୍ମର ଏକ ପୋଷ୍ଟର ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି ଜନ ।

ଜନଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ମଧ୍ୟ ନଜର ଆସିବେ । ଯିଏ ଟି-ସିରିଜ ମାଲିକ ଭୂଷଣ କୁମାରଙ୍କ ପତ୍ନୀ । ଏହି ଅବସରରେ ଦିବ୍ୟା କହିଛନ୍ତି ଯେ ସେ ହୃଦୟରୁ ଜନ ଏବଂ ନିର୍ଦ୍ଦେଶକ ମିଲାପ ଜାଭେରିଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ସେମାନେ ଏହି ଥ୍ରିଲର ଆକ୍ସନ ଫିଲ୍ମରେ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ଦେଇଥିବାରୁ ସେ ବହୁତ ଖୁସି ଅଛନ୍ତି ।

ଯାହା ତାଙ୍କ ପାଇଁ କୌଣସି ବଡ ସୁଯୋଗ ଠାରୁ କମ ନୁହେଁ । ଦୀର୍ଘ ସମୟରୁ ସେ ନିର୍ଦ୍ଦେଶନାରେ ବ୍ୟସ୍ତ ଥିଲେ ଆଉ ସବୁବେଳେ ଅଭିନୟକୁ କମବ୍ୟାକ କରିବାକୁ ମଧ୍ୟ ଚାହୁଁଥିଲେ । ଧନ୍ୟବାଦ ଜନଙ୍କୁ କି ସେ ତାଙ୍କ ସହ କାମ କରିବାକୁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲା । କାରଣ ବଲିଉଡରେ ଅନେକ ଅଭିନେତା ଏମିତି ଅଛନ୍ତି ଯିଏ ବିବାହିତ ଅଭିନେତ୍ରୀଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜନ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ଶାନଦାର ଅଭିନେତା । ‘ସତ୍ୟମେବ ଜୟତେ’ ଏବଂ ‘ବାଟଲା ହାଉସ’ରେ ଜନଙ୍କ କାମ ଦେଖି ତାଙ୍କ ଅପୋଜିଟରେ କାମ କରିବାକୁ ନେଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ଦିବ୍ୟା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.