ETV Bharat / sitara

‘ପାଗଲପନ୍ତୀ’ର ଗୀତ ଶୁଣି ଦର୍ଶକଙ୍କ ‘ଦିଲ ବିମାର’

author img

By

Published : Nov 8, 2019, 7:06 PM IST

ଚଳିତମାସ 22ରେ ହ୍ୟାଣ୍ଡସମ ଆକ୍ଟର ଜନ ଆବ୍ରାହମଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ପାଗଲପନ୍ତୀ’ ରିଲିଜ ହେବାକୁ ଯାଉଛି । ଆଉ ଏବେ ରିଲିଜ ହୋଇଛି ଫିଲ୍ମର ଭୟାନକ ଗୀତ ‘ବିମାର ଦିଲ’ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ଜନ ଆବ୍ରାହମ ଷ୍ଟାରର ହରର କମେଡି ଫିଲ୍ମ ‘ପାଗଲପନ୍ତୀ’ ବର୍ତ୍ତମାନ ଚର୍ଚ୍ଚାରେ । ଏହି କମେଡି ଫିଲ୍ମକୁ ଦେଖିବାକୁ ବ୍ୟାକୁଳ ଦର୍ଶକ । ପୁଣିଥରେ ଜନଙ୍କ କମେଡି ଅନ୍ଦାଜ ପରଦାରେ ଦେଖିବାକୁ ଅନାଇ ବସିଛନ୍ତି ପ୍ରଶଂସକ । ଇତିମଧ୍ୟରେ ଫିଲ୍ମର ଆଉ ଏକ ନୂଆ ଗୀତ ‘ବିମାର ଦିଲ’ ରିଲିଜ ହୋଇଯାଇଛି । ଯାହାକୁ ଶୁଣି ଦର୍ଶକଙ୍କ ‘ଦିଲ ବିମାର’ ହୋଇଯାଇଛି ।

  • " class="align-text-top noRightClick twitterSection" data="">

ଗୀତ ‘ବିମାର ଦିଲ’ରେ ଫିଲ୍ମର ସବୁ ଷ୍ଟାରକାଷ୍ଟ ଭୂତଭୂତୁଣୀ ଅବତାରରେ ନଜର ଆସୁଛନ୍ତି । ଏହି ଗୀତଟି ଦର୍ଶକଙ୍କୁ ଯେତିକି ପସନ୍ଦ ଆସିଛି, ସେତିକି ଗୀତକୁ ପ୍ରଥମେ ଦେଖି ଡରିଛନ୍ତି ଦର୍ଶକ । କାରାଣ ଗୀତରେ ଜନ ଓ ଉର୍ବଶୀ ରୌତେଲାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବି, ସନ୍ନି ଦେଓଲ ଓ ରଜନୀକାନ୍ତଙ୍କ ଫିଲ୍ମ ‘ଚାଲବାଜ୍’ର ପପୁଲାର ଗୀତ ‘ତେରା ବିମାର ମେରା ଦିଲ’କୁ ପାଗଲପନ୍ତୀ ଫିଲ୍ମରେ ରିକ୍ରିଏଟ କରାଯାଇଛି ।

ଏହି ଦମଦାର ଗୀତଟିକୁ ଏସେସ କୌର ଓ ଜୁବିନ ନୌଟିୟାଲ ଗାଇଥିବା ବେଳେ ଏହାକୁ କମ୍ପୋଜ କରିଛନ୍ତି ତାନିଷ୍କ ବାଗଚି । ସେହିପରି ଏହି ଗୀତଟିକୁ ଲେଖିଛନ୍ତି ସାବିର ଅହମ୍ମଦ । ‘ପାଗଲପନ୍ତୀ’ରେ ଜନଙ୍କ ସହ କ୍ରିତି ଖରବନ୍ଦା, ପୁଲକିତ ସମ୍ରାଟ, ଇଲିୟାନା ଡିକ୍ରୁଜ, ସୌରଭ ଶୁକ୍ଲା ଓ ଉର୍ବଶୀ ମୁଖ୍ୟ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ପ୍ରମୋଶନ କରିବାରେ ବ୍ୟସ୍ତ ଷ୍ଟାରକାଷ୍ଟ । ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଲାଣି ଫିଲ୍ମ । ଏମାସ 22ରେ ଦର୍ଶକଙ୍କୁ ହସାଇବ ଏହି ଫିଲ୍ମ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.