ETV Bharat / sitara

'ସତ୍ୟମେବ ଜୟତେ -୨'ର ସୁଟିଂ ସମୟରେ ଆହତ ହେଲେ ଜନ୍

author img

By

Published : Dec 25, 2020, 4:18 AM IST

ଗୁରୁବାର ଦିନ ବନାରସରେ ଚଳଚ୍ଚିତ୍ର 'ସତ୍ୟମେବ ଜୟତେ -୨'ର ସୁଟିଂ ସମୟରେ ବଲିଉଡ ଅଭିନେତା ଜନ୍ ଅବ୍ରହାମ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

john-abraham-injured-during-film-satyameva-jayate-2-shooting-in-banaras
'ସତ୍ୟମେବ ଜୟତେ -୨'ର ସୁଟିଂ ସମୟରେ ଆହତ ହେଲେ ଜନ୍

ନୂଆଦିଲ୍ଲୀ : ଗୁରୁବାର ଦିନ ବନାରସରେ ଚଳଚ୍ଚିତ୍ର 'ସତ୍ୟମେବ ଜୟତେ -୨'ର ସୁଟିଂ ସମୟରେ ବଲିଉଡ ଅଭିନେତା ଜନ୍ ଅବ୍ରହାମ ଆହତ ହୋଇଛନ୍ତି । ଯାହାପରେ ସେ ସହରର ଚିତିପୁରର ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଜନ୍ ଆହତ ହେବା ଖବର ଶୁଣିବା ମାତ୍ରେ ଡାକ୍ତରଖାନା ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା ।

'ସତ୍ୟମେବ ଜୟତେ-2'ର ଏକ ଆକ୍ସନ୍ ସିନର ସୁଟିଂ କରିବା ସମୟରେ ଜନ୍ ଙ୍କ ଡାହାଣ ହାତର ପାପୁଲିରେ ଆହତ ହୋଇଥିଲା । ଗତ କିଛି ଦିନ ହେବ ଜନ୍ ବନାରସରେ ଫିଲ୍ମ 'ସତ୍ୟମେବ ଜୟତେ -୨'ର ସୁଟିଂ କରୁଛନ୍ତି । ଡାକ୍ତରମାନେ ଜନ୍ ଙ୍କ ପାପୁଲିର ଏକ୍ସ-ରେ କରିଥିଲେ । ସୂଚନା ଅନୁଯାୟୀ, ତେବେ ଏକ୍ସ-ରେ ଜନ୍ ପାପୁଲିରେ କୌଣସି ବିଶଷ କ୍ଷତି ଘଟି ନଥିଲା । ପ୍ରକାଶ ଥାଉ ଯେ, ଜନ୍ ଙ୍କ ଫିଲ୍ମ 'ସତ୍ୟମେବ ଜୟତେ -୨'ର ସୁଟିଂ ଅକ୍ଟୋବରରୁ ଆରମ୍ଭ ହୋଇଥିଲା ଏବଂ ମେ 2021 ରେ ମୁକ୍ତିଲାଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.