ETV Bharat / sitara

ମା’ଙ୍କ ପାଇଁ ମନ୍ଦିର ଗଲେ ଜାହ୍ନବୀ

ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରଠାରୁ ପ୍ରଶଂସକ ତାଙ୍କ ଝିଅ ଜାହ୍ନବୀ କପୁରଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ ସବୁବେଳେ ଅନାଇ ବସିଛନ୍ତି । ଇତିମଧ୍ୟରେ ମା'ଙ୍କ ପରି ନଜର ଆସିଛନ୍ତି ଜାହ୍ନବୀ । ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ଫଟୋ ।

author img

By

Published : Aug 13, 2019, 5:32 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ‘ଧଡକ’ ଫିଲ୍ମ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଆଜି ନିଜ ସ୍ବର୍ଗୀୟ ମା' ଆର୍ଥାତ୍ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ 56ତମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ । ମା'ଙ୍କ ଅମର ଆତ୍ମାର ସଦଗତି ପାଇଁ ଜନ୍ମଦିନ ଅବସରରେ ମନ୍ଦିରରେ ପୂଜା କରିବାକୁ ପହଞ୍ଚିଯାଇଛନ୍ତି ଜାହ୍ନବୀ ।

ସେ ଶ୍ରୀଦେବୀଙ୍କ ପରି ସଜ ହୋଇ ନିଜ ସମ୍ପର୍କୀୟ ସହ ତୀରୁପତି ମନ୍ଦିରରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ମା'ଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳୀ ଦେଇସାରିବା ପରେ ସେ ଆଉ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ଶାଢୀ ପିନ୍ଧି ନିଜ ସମ୍ପର୍କୀୟ ସହ ଠିଆ ହୋଇଥିବାର ଦେଖାଯାଉଛନ୍ତି । ବର୍ତ୍ତମାନ ତାଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଉ ସବୁଠାରୁ ମଜାଦାର କଥା ହେଲା କି ତାଙ୍କ ଫଟୋ ଦେଖି ଫ୍ୟାନ୍ସ ଶ୍ରୀଦେବୀଙ୍କ ସହ ତୁଳନା କରିବା ଆରମ୍ଭ କରିଦେଇଛନ୍ତି ।

ପ୍ରକାଶ ଥାଉକି ଜାହ୍ନବୀ ନିକଟରେ ନିଜର ଅପକମିଂ ଫିଲ୍ମ ‘କାରଗିଲ ଗାର୍ଲ’ର ସୁଟିଂ ଶେଷ କରିଥିଲେ । ଏହି ବାୟୋପିକ ଫିଲ୍ମ ଇଣ୍ଡିଆନ ଏୟାରଫୋର୍ସ ପାଇଲଟ ଗୁଞ୍ଜନ ସକ୍ସେନାଙ୍କ କାହାଣୀ ଉପରେ ଆଧାରିତ । ଯିଏକି 1999 କାଗରିଲ ଯୁଦ୍ଧ ଲଢି ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.