ETV Bharat / sitara

ମିଷ୍ଟର ଇଣ୍ଡିଆ ରିମେକକୁ ନେଇ ଟ୍ବିଟରରେ ସେଲିବ୍ରିଟିଙ୍କ ୱାର୍ - ଜାଭେଦ ଅଖତରଙ୍କ ନୂଆ ଟ୍ବିଟ

ନିର୍ଦ୍ଦେଶକ ଶେଖର କପୁରଙ୍କୁ ସୋସିଆଲ ମିଡିଆରେ କଡା ଜବାବ ଦେଲେ ଲେଖକ ଜାଭେଦ ଅଖତର। ‘ମିଷ୍ଟର ଇଣ୍ଡିଆ’ ରିମେକ ଫିଲ୍ମ ନିର୍ମାଣକୁ ନେଇ ସେଲିବ୍ରିଟିଙ୍କ ଲଢେଇ ଚାଲିଛି ।

javed akhtar
ଡିଜାଇନ ଫଟୋ
author img

By

Published : Feb 29, 2020, 6:26 AM IST

ମୁମ୍ବାଇ: ଫେମସ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର ଯେବେଠୁ ଫିଲ୍ମ ମିଷ୍ଟର ଇଣ୍ଡିଆ ରିମେକର ଘୋଷଣା କରିଛନ୍ତି । ସେବେଠୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଯାବତ ବିବାଦ ଥମିବାର ନାଁ ନେଉନାହିଁ। ଅନିଲ କପୁର ଓ ଶ୍ରୀଦେବୀଙ୍କ ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ରିମେକକୁ ନେଇ ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ ଅଖତର

ନିକଟରେ ବି-ଟାଉନ ଡିଭା ସୋନମ କପୁର ଓ ନିର୍ଦ୍ଦେଶକ ଶେଖର କପୁର ଫିଲ୍ମ ରିମେକ ଉପରେ ଟ୍ବିଟ କରିଥିଲେ । ଆଉ ଇତି ମଧ୍ୟରେ ସଙ୍ଗୀତକାର ତଥା ଲେଖକ ଜାଭେଦ ଅଖତର ଟ୍ବିଟ କରି ଶେଖରଙ୍କୁ କଡା ଜବାବ ଦେଇଛନ୍ତି ।

କଥାଟି ହେଲା ଯେ ଶେଖର ଟ୍ବିଟ କରି କହିଥିଲେ ଯେ ମିଷ୍ଟର ଇଣ୍ଡିଆ ରିମେକ ନିର୍ମାଣ ଉପରେ ଯୁକ୍ତିତର୍କ ଏହା ନୁହେଁ କି କେହି ତାଙ୍କୁ ଜଣାଇବାକୁ ମଧ୍ୟ ଠିକ୍ ଭାବିଲେ ନାହିଁ । ପ୍ରଶ୍ନ ହେଲା ଯେ ଯଦି ଆପଣ କୌଣସି ଫିଲ୍ମର ରିମେକ ନିର୍ମାଣ କରୁଛନ୍ତି, ଯାହା କୌଣସି ନିର୍ଦ୍ଦେଶକଙ୍କ ସକ୍ସେସଫୁଲ କାମ ଉପରେ ଆଧାରିତ, ତେବେ ନିର୍ଦ୍ଦେଶକ ଯାହା ନିର୍ମାଣ କରିଛନ୍ତି ତା ଉପରେ ତାଙ୍କର କ୍ରିଏଟିଭ ରାଇଟ ନାହିଁ।

ଶେଖରଙ୍କ ଏପରି ଟ୍ବିଟର ଜବାବ ଦେଇ ଜାଭେଦ ଲେଖିଛନ୍ତି, ‘ଶେଖର ସାହେବ କାହାଣୀ, ପରିସ୍ଥିତି, ସିନ, ଭୂମିକା, ଡାଇଲଗ, ଲିରିକ୍ସ ଏବଂ ଟାଇଟଲ ମଧ୍ୟ ଆପଣଙ୍କର ନଥିଲା। ଏହିସବୁ ଜିନିଷ ମୁଁ ଆପଣଙ୍କୁ ଦେଇଥିଲି। ଫିଲ୍ମରେ ଏହାକୁ ସଠିକ୍ ରୂପେ ବ୍ୟବହାର କରିଥିଲେ ଆପଣ। ହେଲେ ଫିଲ୍ମ ଉପରେ ଆପଣଙ୍କ ଦାବି ମୋ ଠାରୁ ଅଧିକା କେମିତି ହୋଇଗଲା । ଏହା ଆପଣଙ୍କ ଆଇଡିଆ କିମ୍ବା ସ୍ବପ୍ନ ନଥିଲା।’ ପ୍ରକାଶ ଥାଉକି ଜାଭେଦ ଏହି ଫିଲ୍ମର ସ୍କ୍ରିପ୍ଟ ରାଇଟର ଓ ଷ୍ଟୋରି ରାଇଟର ରୂପେ କାମ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.