ETV Bharat / sitara

ସେନେଗାରଙ୍କ ଦଣ୍ଡ ବିଧାନ ଉପରେ ଜାଭେଦଙ୍କ କ୍ରୋଧ - ବିଶିଷ୍ଟ ଲେଖକ ଜାଭେଦ ଅଖତର ଏକ ଟ୍ବିଟ

ଏଥର ସିଏଏକୁ ନେଇ ନୁହେଁ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ ସେନେଗାରଙ୍କ ଉପରେ ଟ୍ବିଟ କରିଛନ୍ତି ଜାଭେଦ ଅଖତର। ଏହାକୁ ନେଇ ନିଜର କ୍ରୋଧ ଜାହିର କରିଛନ୍ତି ସେ।

javed akhtar
ଡିଜାଇନ ଫଟୋ
author img

By

Published : Dec 21, 2019, 5:31 PM IST

ମୁମ୍ବାଇ: ଶୁକ୍ରବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେନେଗାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କୁ ମିଳିଥିବା ଏହି ଦଣ୍ଡାଦେଶ କୁ ଅସନ୍ତୁଷ୍ଟ ଦେଶବାସୀ। ଏହି କ୍ରମରେ ପ୍ରତିକ୍ରିୟା ଦେଇ ବିଶିଷ୍ଟ ଲେଖକ ଜାଭେଦ ଅଖତର ଏକ ଟ୍ବିଟ କରିଛନ୍ତି । ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଦୁଷ୍କର୍ମ ଅଭିଯୁକ୍ତ ସେନେଗାରଙ୍କୁ ଟାର୍ଗେଟ କରି ଜାଭେଦ ଏକ କ୍ରୋଧଭରା ଟ୍ବିଟ କରି ଲେଖିଛନ୍ତି, ‘ଦୁଷ୍କର୍ମକାରୀ କୁଲଦୀପ ସେନେଗାରକୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏବେ ଦେଖିବା ସେ କେତେ ଶୀଘ୍ର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ ଅଖତର

ଜାଭେଦଙ୍କ ଏହି ଟ୍ବିଟକୁ ପସନ୍ଦ କରିଛନ୍ତି ଅନେକ ୟୁଜର୍ସ। କମେଣ୍ଟ କରି ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଏହା ପୂର୍ବରୁ ଜାଭେଦ ସଂଶୋଧିତ ନାଗରିକତା ଆଇନ ବିରୋଧରେ ଅନେକ ଟ୍ବିଟ କରି ସାରିଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.