ETV Bharat / sitara

ପାକ୍ କିକ୍ରେଟର ଶାହିଦଙ୍କୁ ଜାଭେଦ-ଅଶୋକଙ୍କ କଡା ଜବାବ

author img

By

Published : May 18, 2020, 4:06 PM IST

କିଛି ଦିନ ହେବ ପିଏମ ମୋଦିଙ୍କ ବିରୋଧରେ ଅପମାନଜନ ବୟାନ ଦେଇ ସମାଲୋଚନର ଶିକାର ହେବାରେ ଲାଗିଛନ୍ତି ପାକ୍ କିକ୍ରେଟ ଶାହିଦ ଅଫରିଦି...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ପାକିସ୍ତାନ କ୍ରିକେଟ ଟିମର ପୂର୍ବ କ୍ୟାପ୍ଟେନ ଶାହିଦ ଅଫରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ସମସ୍ୟା ଘେରରେ। ତାଙ୍କ ବୟାନ ସାମ୍ନାକୁ ଆସିବା ପରେ ଅନେକ ଲୋକ କ୍ରୋଧିତ ନଜର ଆସୁଛନ୍ତି । ଶାହିଦଙ୍କୁ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର, ହରଭଜନ ସିଂ, ଯୁବରାଜ ସିଂ ଓ ଶିଖର ଧୱନ କଡା ଜବାବ ଦେଇସାରଛନ୍ତି। ଆଉ ଏବେ ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର ତାଙ୍କ ମଜାକ ଉଟାଇ କଟାକ୍ଷ କରିଛନ୍ତି।

ଜାଭେଦ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଶାହିଦ ଅଫରିଦିଙ୍କ ଉପଦେଶକୁ ଦେଖିଲି। ଏହା କେତେ ମଜାଦାର ଯେ ଆମକୁ ଜ୍ଞାନ ଦେବା ପାଇଁ ସେହି ବ୍ୟକ୍ତିଙ୍କ ପାଖରେ ସାହସ ଅଛି ଯେ ଧର୍ମ ଓ ରାଜନୀତିକୁ ମିଶ୍ରିତ କରାଯିବା କଥା ନୁହେଁ । କଥାରେ କୁହାଯାଏ ଅନ୍ୟ ଆଖିର କଣିକା ଦେଖୁଥିବା ଲୋକ ନିଜ ଆଖିର କେବେ ଦେଖେ ନାହିଁ ।’

ଜାଭେଦଙ୍କ ବ୍ୟତୀତ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ମଧ୍ୟ ଶାହିଦଙ୍କ ବୟାନ ଉପରେ ରାଗ ପ୍ରକାଶ କରିଛନ୍ତି। ସେ ଏକ ଭିଡିଓ ଟ୍ବିଟ କରି ଲେଖିଛନ୍ତି, ‘ଆମର ସେନା ଓ ପିଏମ ମୋଦିଙ୍କୁ ଗାଳି ଦେଇଛନ୍ତି ମହମ୍ମଦ ଶାହିଦ ଅଫରିଦି। ଏହି ଭିଡିଓ ସେହି ସହରୀ ନକ୍ସଲାଇଟଙ୍କ ପାଇଁ, ଯେଉଁମାନେ କୁହନ୍ତି ଯେ ଖେଳ ସୀମା ବାହାରେ ଏବଂ ସେଠାରେ ଏକ ଡାକ୍ତରଖାନା ନିର୍ମାଣ କରିବାକୁ ଚାହୁଁଛି | ଲଜ୍ୟା କର ପାକ୍।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.