ETV Bharat / sitara

‘ଧଡକ’ ଜରିଆରେ ଦର୍ଶକଙ୍କ ମନ କିଣିପାରିଲେନି ଜାହ୍ନବୀ

author img

By

Published : Jan 4, 2020, 7:24 PM IST

ଏବର୍ଷ ‘ଧଡକ’ ଫେମ ଜାହ୍ନବୀ କପୁରଙ୍କ ଅନେକ ଫିଲ୍ମ ଦେଖିବାକୁ ଯାଉଛନ୍ତି ଦର୍ଶକ । ଇତିମଧ୍ୟରେ ସେ ନିଜ ଡେବ୍ୟୁ ଫିଲ୍ମକୁ ନେଇ ମୁହଁ ଖୋଲିଛନ୍ତି ।

janhvi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ ତନୟା ତଥା ଅଭିନେତ୍ରୀ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ । 2018ରେ ମରାଠୀ ‘ସାଇରତ’ ଫିଲ୍ମର ହିନ୍ଦୀ ରିମେକରେ ଜାହ୍ନବୀଙ୍କ ସହ ଇଶାନ ଖଟ୍ଟର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ରୁହି ଅଫଜାନା’ ଓ ‘ଦୋସ୍ତାନା2’କୁ ନେଇ ଚର୍ଚ୍ଚାରେ ଥିବା ଜାହ୍ନବୀ ନିଜ ଡେବ୍ୟୁ ଫିଲ୍ମକୁ ନେଇ ବଡ ଖୁଲାସା କରିଛନ୍ତି ।

ସେ କହିଛନ୍ତି ଯେ ନିଜ ପ୍ରଥମ ଫିଲ୍ମ ‘ଧଡକ’ ଜରିଆରେ ଦର୍ଶକଙ୍କ ମନ କିଣିବାରେ ଅସଫଳ । ହେଲେ ବର୍ତ୍ତମାନ ସେ ଚେଷ୍ଟା କରୁଛନ୍ତି ଦର୍ଶକଙ୍କ ମନ କିଣିବାକୁ । ସେ ନିଜ ଆଗାମୀ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । କାରଣ ତାଙ୍କୁ ଲାଗୁଛି ଦର୍ଶକଙ୍କ ମନ କିଣିବାକୁ ହେଲେ ଖୁବ୍ ପରିଶ୍ରମ କରିବାକୁ ପଡିବ । ‘ଧଡକ’ ଜରିଆରେ ଦର୍ଶକଙ୍କ ମନ କିଣିପାରିନଥିଲେ । ଯାହାକୁ ନେଇ ସେ ସବୁବେଳେ ନିରାଶ ଅନୁଭବ କରୁଛନ୍ତି । ହେଲେ ସେ ଯେତେ ଭାବିଥିଲେ ତାହାଠୁ ଅଧିକ ଏହି ଫିଲ୍ମ ତାଙ୍କୁ ଦେଇଛି ।

ପ୍ରକାଶ ଥାଉକି ନିର୍ମାତା କରନ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ବିକ୍କୀ କୌଶଲ, କରୀନା କପୁର ଖାନ, ଅନିଲ କପୁର, ଆଲିୟା ଭଟ୍ଟ ଓ ଭୂମି ପେଡନେକରଙ୍କ ଭଳି କଳାକାର ଅଭିନୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.