ମୁମ୍ବାଇ: 'ଧଡକ' ଅଭିନେତ୍ରୀ ଜାହ୍ନବୀ କପୁର ଗତବର୍ଷ ହିଁ ବଲିଉଡରେ ଡେବ୍ୟୁ କରିଛନ୍ତି । ପ୍ରଥମ ଫିଲ୍ମରୁ ସେ ନିଜ ଅଭିନୟର ଯାଦୁ ଦର୍ଶକଙ୍କ ଉପରେ ପକାଇବାରେ ସଫଳ ହୋଇପାରିଥିଲେ । ଏହି ଫିଲ୍ମ ପରେ ଜାହ୍ନବୀଙ୍କ ହାତରେ ଅନେକ ବଡ ଫିଲ୍ମ ଅଫର ରହିଛି । ଏହାସହ ଜାହ୍ନବୀଙ୍କ ଷ୍ଟାଇଲିଶ ଅନ୍ଦାଜ ମଧ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଫେମସ । ଖାଲି ଜାହ୍ନବୀ ନୁହେଁ ତାଙ୍କ ସାନ ଭଉଣୀ ଖୁସି କପୁର ମଧ୍ୟ ଷ୍ଟାଇଲିଶ ଲୁକ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି ।
ଯେଉଁଠାରେ ପ୍ରତିଦିନ ଜାହ୍ନବୀଙ୍କ ଫଟୋ ସୋସିଆଲ ମିଡିଆରେ ଛାଇ ରହୁଛି । ଏହି ମାମଲାରେ ଖୁସି ମଧ୍ୟ ବଡ ଭଉଣୀଙ୍କୁ କଡା ଟକ୍କର ଦେଉଥିବାର ନଜର ଆସୁଛନ୍ତି । କିଛି ଦିନ ପର୍ବରୁ ଶୁଣିବାକୁ ମିଳୁଥିଲା ଯେ ଖୁସି ମଧ୍ୟ ଜାହ୍ନବୀଙ୍କ ଭଳି ବଲିଉଡରେ ପଦାର୍ପଣ କରିବେ । ଏହି ଖବର ପରେ ପ୍ରାୟତଃ ସମସ୍ତେ ଜାଣିବାକୁ ଉତ୍ସାହିତ ଅଛନ୍ତି କି ପରିଶେଷରେ ଖୁସି କେବେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବେ ।
ନିକଟରେ ଏକ ସାକ୍ଷାତକରରେ ଜାହ୍ନବୀ ଏହି କଥାର ଖୁଲାସା କରିଥିଲେ । ସେ ଖୁସିଙ୍କ ଡେବ୍ୟୁ କଥାବାର୍ତ୍ତା କରି କହିଥିଲେ କି ତାଙ୍କ ସାନ ଭଉଣୀ ପ୍ରଥମେ ମଡଲିଂ କରିବାକୁ ଚାହୁଁଥିଲେ । କିନ୍ତୁ ଏବେ ସେ ଅଭିନେତ୍ରୀ ହେବାକୁ ଚାହୁଁଛନ୍ତି । ଏହାସହ ଜାହ୍ନବୀ ଏହା ମଧ୍ୟ କହିଥିଲେ କି ଖୁସି ଖୁବ୍ ଶୀଘ୍ର ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ପଢିବାକୁ ଯାଉଛନ୍ତି । ସେଠାରୁ ଫେରିବା ପରେ ସେ ନିଷ୍ପତ୍ତି ନେବେ ଆଗାମି ଭବିଷ୍ୟତରେ ସେ କଣ କରିବେ ।
ପ୍ରକାଶ ଥାଉକି ଜାହ୍ନବୀ ଏହି ସମୟରେ ନିଜର ଆଗାମୀ ଫିଲ୍ମ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଜାହ୍ନବୀଙ୍କ ସହ ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ।