ମୁମ୍ବାଇ: ବି-ଟାଉନର ୟଙ୍ଗ ଜେନରେସନ ଷ୍ଟାର୍ସ ମଧ୍ୟରେ ଜାହ୍ନବୀ କପୁର ଅନ୍ୟତମ । ଫିଲ୍ମ ‘ଧଡକ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଜାହ୍ନବୀ ଖୁବଶୀଘ୍ର ନିଜର ଆଗାମୀ ଫିଲ୍ମ ନେଇ ପରଦାରେ ନଜର ଆସିବେ । ବର୍ତ୍ତମାନ ଦେଶରେ ଲକଡାଉନ ଚାଲିଥିବାରୁ ତାଙ୍କ ଅନେକ ଫିଲ୍ମର ସୁଟିଂ, ରିଲିଜ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଇତିମଧ୍ୟରେ ତାଙ୍କ ଏକ ପିଲାବେଳର ଫଟୋ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିକଟରେ ତାଙ୍କ ଘରର ଜଣେ ଷ୍ଟାଫଙ୍କ କୋରୋନା ଟେଷ୍ଟ ପଜିଟିଭ ବାହାରିଥିଲା । ଏବେ ପୁରା ପରିବାର ହୋମ କ୍ବାରେନଣ୍ଟିନରେ ଅଛନ୍ତି ।
ଯଦି ଭାଇରାଲ ହେଉଥିବା ଫଟୋ ବିଷୟରେ କଥା ହେବା ତେବେ ଏହି ଫଟୋରେ ତାଙ୍କ ବେଷ୍ଟ ଫ୍ରେଣ୍ଡ ତଥା କଜନ ସନାୟା କପୁର ନଜର ଆସୁଛନ୍ତି ।
- View this post on Instagram
Little munchkins❤😍 Cutiesss🥰❤ @janhvikapoor @shanayakapoor02 #janhvikapoor #janhvians
">
ଫଟୋଟି ତାଙ୍କ ଫ୍ୟାନ ପେଜରେ ସେୟାର କରାଯାଇଛି । ପ୍ରକାଶ ଥାଉକି ସନାୟା, ଜାହ୍ନବୀଙ୍କ ଦାଦା ତଥା ଅଭିନେତା ସଞ୍ଜୟ କପୁରଙ୍କ ଲାଡଲୀ । ଦୀର୍ଘ ସମୟରୁ ଏହି ଚର୍ଚ୍ଚା ଜୋର ଧରିଛି ଯେ ସେ ମଧ୍ୟ ବଲିଉଡରେ ଶୀଘ୍ର ଡେବ୍ୟୁ କରିବେ ।