ଜୟପୁର: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର'ବଚ୍ଚନ ପାଣ୍ଡେ'ର ସୁଟିଂ ରାଜସ୍ଥାନର ଜୈସଲମେରରେ କରୁଛନ୍ତି । ରାଜସ୍ଥାନୀ ଖାଦ୍ୟର ମଜା ନେଉଥିବା ନଜର ଆସିଛନ୍ତି ଅଭିନେତ୍ରୀ ।
ଜ୍ୟାକଲିନ ଭାରତୀୟ ଭାରତୀୟ ଭୋଜନର ଜଣେ ବଡ଼ ପ୍ରଶଂସକ ଏବଂ ସେ ଦେଶର ଯେଉଁ ସ୍ଥାନକୁ ଯାଆନ୍ତି ସେଠାକାର ଲୋକାଲ ଫୁଡ ଖାଇବାର ସୁଯୋଗକୁ ଜମାରୁ ବି ହାତ ଛଡା କରିନଥାନ୍ତି ।
ଏପରିକି ଦେଶର ଯେଉଁ ଅଞ୍ଚଳକୁ ଯାଆନ୍ତି ସେଠାକର ଖାଦ୍ୟ ଖାଇବାକୁ ଜମାରୁ ବି ଭୁଲନ୍ତି ନାହିଁ । ନିକଟରେ ସେ ପଞ୍ଜାବର ଏକ ଏ ଫ୍ଲାଇଙ୍ଗ୍ ଜେଟ୍'ର ପ୍ରମୋସନ ସମୟରେ ରାସ୍ତାକଡର ଖାଦ୍ୟ ଖାଇବାର ମଜା ମଧ୍ୟ ନେଇଥିଲେ ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ, ଜ୍ୟାକଲିନ୍ ଫିଲ୍ମ 'କିକ୍ -୨', 'ଭୂତ ପୋଲିସ୍', 'ସର୍କସ୍' ଏବଂ 'ବଚ୍ଚନ ପାଣ୍ଡେ' ଭଳି ଚଳଚ୍ଚିତ୍ରରେ ନଜର ଆସିବେ ।