ହାଇଦ୍ରାବାଦ: ବାପା ହେଲେ ଗାୟକ ତଥା ହୋଷ୍ଟ ଆଦିତ୍ୟ ନାରାୟଣ। ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଦିତ୍ୟ ନାରାୟଣ ନିଜେ ଏହି ସୂଚନା ତାଙ୍କ ଇନଷ୍ଟାରେ ଦେବା ସହିତ ବେଶ୍ ଖୁସି ଜାହିର କରିଛନ୍ତି। ଏପରିକି ଆଦିତ୍ୟ ନିଜେ ଏକ କନ୍ୟା ସନ୍ତାନ ଚାହୁଁଥିବା ବେଳେ ଭଗବାନ ତାଙ୍କ ଆଶା ପୂରଣ କରିଥିବା କହିଛନ୍ତି। ଗତ ୨୪ ତାରିଖରେ ଶ୍ୱେତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।
![ଆଦିତ୍ୟ ନାରାୟଣଙ୍କ ଘରକୁ ଆସିଲା କୁନି ପରୀ](https://etvbharatimages.akamaized.net/etvbharat/prod-images/272456987_688673642147967_8554473331428353227_n_0403newsroom_1646374152_263.jpg)
ଏହାପରେ ବଲିଉଡର ବହୁ ସେଲିବ୍ରିଟଙ୍କ ତରଫରୁ ନାରାୟଣ ପରିବାରକୁ ଶୁଭୁଛି ଶୁଭେଚ୍ଛାର ସୁଅ। ପ୍ରଥମ ଥର ପାଇଁ ପିତା-ମାତା ହୋଇ ଆଦିତ୍ୟ ଏବଂ ଶ୍ବେତା ଅତ୍ୟନ୍ତ ଖୁସି ଅଛନ୍ତି । ଆଦିତ୍ୟ ଏକ ସାକ୍ଷାତକାରରେ କହିଥିଲେ, ପୁଅ ହେବ ବୋଲି ସମସ୍ତେ କହୁଥିଲେ। କିନ୍ତୁ ଝିଅ ହେଉ ବୋଲି ମୁଁ ଚାହୁଁଥିଲି। ଝିଅ ପିତାଙ୍କ ହୃଦୟର ବହୁତ ନିକଟତର ବୋଲି ଜାଣିଥିଲି। ତେଣୁ ମୁଁ ବହୁତ ଖୁସି ଯେ, ମୁଁ ଏକ କନ୍ୟା ସନ୍ତାନର ବାପା । ଶ୍ବେତା ଓ ମୁଁ ପିତାମାତା ହେବା ପରେ ବହୁତ ଖୁସି ଅଛୁ।
- " class="align-text-top noRightClick twitterSection" data="
">
ଆଦିତ୍ୟ ଓ ଶ୍ୱେତା ପ୍ରାୟ ୧୧ ବର୍ଷ ପର୍ଯ୍ୟନ୍ତ ରିଲେସନରେ ରହିବା ପରେ ୨୦୨୦ ମସିହାରେ ପରସ୍ପରର ଜୀବନସାଥୀ ପାଲଟିଥିଲେ।
- " class="align-text-top noRightClick twitterSection" data="
">
ଏହା ବି ପଢନ୍ତୁ: ବାପା ହେବେ ଆଦିତ୍ୟ, ଫଟୋ ସେୟାର କରି ଲେଖିଲେ #BabyOnTheWay
ଏହି ଖୁସି ଖବର ପିତା ଉଦିତ ନାରାୟଣଙ୍କ ସହ ମଧ୍ୟ ସେ ସେୟାର କରିଛନ୍ତି । ଆଦିତ୍ୟ କହିଛନ୍ତି ଯେ ଏହି ଖବର ଶୁଣିବା ପରେ ତାଙ୍କ ପିତାଙ୍କ ଖୁସି କହିଲେ ନସରେ। ଆଦିତ୍ୟଙ୍କ ପିତା ଉଦିତ ନାତୁଣୀକୁ ଆଞ୍ଜେଲ (ପରୀ) ବୋଲି କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ