ETV Bharat / sitara

ସିଏଏ ତାତି: ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ରଜନୀକାନ୍ତ

author img

By

Published : Dec 20, 2019, 2:07 PM IST

କିଛି ଦିନ ହେବ ଦେଶରେ ନାଗରିକତା ସଂଶୋଧନ ଆଇନ ପାଇଁ ଲାଗି ରହିଥିବାର ବିରୋଧ ପ୍ରଦର୍ଶନ ଉପରେ ଥଲାଇବା ରଜନୀକାନ୍ତଙ୍କ ପ୍ରତିକ୍ରିୟା । ଟ୍ବିଟ କରି ଟ୍ବିଟରରେ ଛାଇ ଯାଇଛନ୍ତି ରଜନୀ ।

rajinikanth
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଜନୀକାନ୍ତ ଫ୍ୟାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ବର୍ତ୍ତମାନ ଟ୍ବିଟରରେ ନମ୍ବର-1(#IStandWithRajinikanth)ରେ ଟ୍ରେଣ୍ଡ କରୁଛନ୍ତି । କାରଣ ସେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦେଶର ଅନେକ ସ୍ଥାନରେ ହେଉଥିବା ହିଂସାକୁ ନେଇ ସେ କହିଛନ୍ତି ଯେ ଦଙ୍ଗା କରିବା କୌଣସି ମଧ୍ୟ ସମସ୍ୟାର ସମାଧାନ ନୁହେଁ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରଜନୀକାନ୍ତ

ତାଙ୍କର ଏପରି ଟ୍ବିଟରେ ଏହା ସ୍ପଷ୍ଟ ହୋଇନାହିଁ ଯେ ସେ ସିଏଏ ସପକ୍ଷରେ ଅଛନ୍ତି ନା ବିରୋଧରେ । ଗୁରୁବାର ଟ୍ବିଟ କରି ରଜନୀ ଲେଖିଥିଲେ, ‘ହିଂସା ଓ ଦଙ୍ଗାକୁ କୌଣସି ମାମଲାର ସମାଧାନ କରିବା କଥା ନୁହେଁ । ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ଏକଜୁଟ ରୁହନ୍ତୁ ଏବଂ ଭାରତର ସୁରକ୍ଷା ଏବଂ ହିତରେ ପୁରା ଧ୍ୟାନ ରଖନ୍ତୁ ।’ ଏପରି ରୂପେ ସେ ଜନସାଧାରଣଙ୍କୁ ହିଂସାରୁ ଦୂରେଇ ରହିବାକୁ ପରାର୍ମଶ ଦେଇଛନ୍ତି ।

ରଜନୀଙ୍କ ଏହି ଟ୍ବିଟ ୟୁଜର୍ସଙ୍କ ଖୁବ୍ ମନ କିଣିଛି । ତାଙ୍କ ଟ୍ବିଟକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ପ୍ରଶଂସକଙ୍କ ଟ୍ବିଟର ବନ୍ୟା ଦେଖିବାକୁ ମିଳୁଛି । ଯାହାପରଠୁ ଟ୍ବିଟରରେ #IStandWithRajinikanth ଟ୍ରେଣ୍ଡ କରିବା ଲାଗିଲା । କିନ୍ତୁ ଆଉ କିଛି ୟୁଜର୍ସଙ୍କୁ ରଜନୀଙ୍କ ଟ୍ବିଟ କନଫ୍ୟୁଜ କରିଦେଇଛି । ସେମାନେ ଜାଣିପାରୁନାହାଁନ୍ତି ରଜନୀ ଏହା ସପକ୍ଷରେ ନା ବିରୋଧରେ ।

ପ୍ରକାଶ ଥାଉକି ରଜନୀକାନ୍ତ ଖୁବଶୀଘ୍ର ଦମଦାର ଫିଲ୍ମ ‘ଦରବାର’ ନେଇ ପରଦାରେ ନଜର ଆସିବେ । ଯେଉଁଥିରେ ସେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ନିକଟରେ ରିଲିଜ ହୋଇଥିଲା ଫିଲ୍ମର ଜବରଦସ୍ତ ଟ୍ରେଲର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.