ETV Bharat / sitara

ବି-ଟାଉନ ସେଲିବ୍ରିଟି ପାଳିଲେ ଅନ୍ତର୍ଜାତୀୟ ଯୋଗ ଦିବସ - ସେଲିବ୍ରିଟିମାନେ ପାଳିଲେ ଆନ୍ତର୍ଜାତୀୟ ଯୋଗ ଦିବସ

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ 2020 । ଏହି ଅବସରରେ କରୀନା କପୁର ଖାନ, ବରୁଣ ଧୱନ ଏବଂ ଅନ୍ୟ ସେଲିବ୍ରିଟି ସେମାନଙ୍କ ଯୋଗ ସମୟର କିଛି ଫଟୋ ସେୟାର କରିବା ସହିତ ଯୋଗର ଗୁରୁତ୍ବ ମଧ୍ୟ ଲୋକମାନଙ୍କୁ ବୁଝାଇଛନ୍ତି । ଅଧିକ ପଢନ୍ତୁ...

International Yoga Day 2020: B-town celebs share the importance of yoga with motivational posts
ବି-ଟାଉନ ସେଲିବ୍ରିଟିମାନେ ପାଳିଲେ ଆନ୍ତର୍ଜାତୀୟ ଯୋଗ ଦିବସ
author img

By

Published : Jun 21, 2020, 7:06 PM IST

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ 2020 । ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ଠାରୁ ଆରମ୍ଭ କରି ଶିଳ୍ପା ଶେଟ୍ଟୀ ପର୍ଯ୍ୟନ୍ତ ଅନେକ ବି-ଟାଉନ୍ ସେଲିବ୍ରିଟିମାନେ ନିଜକୁ ଫିଟ୍ ରଖିବା ପାଇଁ ଦୈନିକ ଯୋଗ ଅଭ୍ୟାସ କରନ୍ତି ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅଭିନେତ୍ରୀ କରୀନା କପୁର ଖାନ, ଅଭିନେତା ବରୁଣ ଧୱନ ଏବଂ ଅନ୍ୟାନ୍ୟ ଅନେକ ବି-ଟାଉନ ସେଲିବ୍ରିଟିମାନେ ସେମାନଙ୍କ ଯୋଗ ସମୟର କିଛି ଫଟୋ ସେୟାର କରିଛନ୍ତି । ଏଥିସହିତ ସେମାନେ ଯୋଗର ଗୁରୁତ୍ବ ମଧ୍ୟ ଲୋକମାନଙ୍କୁ ବୁଝାଇଛନ୍ତି ।

କରୀନା ସୋସିଆଲ ମିଡିଆରେ ତାଙ୍କ ଯୋଗ ସମୟର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଘରେ ଷ୍ଟ୍ରେଚ୍ କରୁଥିବାର ଦେଖିବାକୁ ମିଳିଛି । ଏହାର କ୍ୟାପସନରେ କରୀନା ଲେଖିଛନ୍ତି, ମୋର ଷ୍ଟ୍ରେଚିଂ, ଫ୍ଲେକ୍ସିବୁଲ, ଫିଟ୍ ରୁହ ଏବଂ ଫାବ୍ ରୁହ ।

'କଲଙ୍କ' ଅଭିନେତା ବରୁଣ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଯୋଗ ସମୟର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଘରେ ଷ୍ଟ୍ରେଚ୍ କରୁଥିବାର ଦେଖିବାକୁ ମିଳିଛି । ଏହାର କ୍ୟାପସନରେ ବରୁଣ ଲେଖିଛନ୍ତି, ସୁସ୍ଥ ରୁହ, ଖୁସି ରୁହ ।

ମଲାଇକା ଆରୋରା, ବିପାଶା ବାସୁ, ଶିଳ୍ପା ଶେଟ୍ଟୀ, ସୋଫି ଚୌଧୁରୀ ଏବଂ ଅନ୍ୟ ବଲିଉଡ ସେଲିବ୍ରେଟିମାନେ ମଧ୍ୟ ସୋସିଆଲ ମିଡିଆରେ ଯୋଗର ମହତ୍ତ୍ବ ଲୋକମାନଙ୍କୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.