ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖିତ ଇଣ୍ଟରନ୍ୟାସନାଲ ସ୍ପେସ୍ ୟୁନିଭରସିଟି - ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଖ ପ୍ରକାଶ କଲେ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଫ୍ରାନ୍ସର ଇଣ୍ଟରନ୍ୟାସନାଲ ସ୍ପେସ୍ ୟୁନିଭରସିଟି ମଧ୍ୟ ଦୁଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହ ଆମର ସମବେଦନା ରହିଛି । ତାଙ୍କର ସ୍ମୃତି ଭାରତ ଏବଂ ସମଗ୍ର ବିଶ୍ୱରେ ଉପସ୍ଥିତ ଥିବା ପ୍ରଶଂସକମାନଙ୍କ ହୃଦୟରେ ରହିବ । ଅଧିକ ପଢନ୍ତୁ...

international space university paid condolences to sushant singh rajput demise
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଖ ପ୍ରକାଶ କଲେ ଇଣ୍ଟରନ୍ୟାସନାଲ ସ୍ପେସ୍ ୟୁନିଭରସିଟି
author img

By

Published : Jun 16, 2020, 8:20 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ସହିତ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ସୁଶାନ୍ତଙ୍କ ଏହି ପଦକ୍ଷେପ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୁଶାନ୍ତଙ୍କ ପରିବାର ପ୍ରତି ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଭାବନା ପ୍ରକାଶ କରୁଛନ୍ତି ।

ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଫ୍ରାନ୍ସର ଇଣ୍ଟରନ୍ୟାସନାଲ ସ୍ପେସ୍ ୟୁନିଭରସିଟି ମଧ୍ୟ ଦୁଖ ପ୍ରକାଶ କରିଛନ୍ତି ।

ବିଶ୍ୱବିଦ୍ୟାଳୟର ୱେବସାଇଟରେ ଲେଖାଯାଇଛି, "ଫେମସ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଶୁଣି ଆମେ ଅତ୍ୟନ୍ତ ଦୁଖିତ । ସୁଶାନ୍ତ ଜଣେ ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତର ଛାତ୍ର ଥିଲେ । ସେ ଆଇସିୟୁକୁ ସୋସିଆଲ ମିଡିଆରେ ଫଲୋ କରୁଥିଲେ " ।

ସୁଶାନ୍ତ 2019ରେ ଆଇସିୟୁର ସେଣ୍ଟ୍ରାଲ କ୍ୟାମ୍ପସ ଇନଭିଟେସନକୁ ମଧ୍ୟ ଗ୍ରହଣ କରିଥିଲେ । ସୁଶାନ୍ତଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହ ଆମର ସମବେଦନା ରହିଛି । ତାଙ୍କର ସ୍ମୃତି ଭାରତ ଏବଂ ସମଗ୍ର ବିଶ୍ୱରେ ଉପସ୍ଥିତ ଥିବା ପ୍ରଶଂସକମାନଙ୍କ ହୃଦୟରେ ରହିବ ।

ପ୍ରକାଶ ଥାଉ କି, ସୁଶାନ୍ତ ଡିସିଇ ଏଣ୍ଟ୍ରାନ୍ସ ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଥିଲେ ଏବଂ ସେ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂରେ ଅଧ୍ୟୟନ କରିଥିଲେ ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ସେ ଆଉ ଏହି ଦୁନିଆରେ ନାହାଁନ୍ତି ବୋଲି ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.