ମୁମ୍ବାଇ: ସୋମବାର ସକାଳେ ନ୍ୟୁୟର୍କରେ ଆରମ୍ଭ ହୋଇଛି 46ତମ ଇଣ୍ଟରନ୍ୟାସନାଲ ଏମୀ ଆୱାର୍ଡ୍ସ ସେରେମନୀ । ଏଥିରେ ଯୋଗ ଦେବାକୁ ପହଞ୍ଚିଯାଇଛନ୍ତି ବଲିଉଡ ଷ୍ଟାର୍ସ । ଇଣ୍ଟରନ୍ୟାସନାଲ ଏମୀ ଆୱାର୍ଡ୍ସ ସେରେମନୀର ରେଡ କାର୍ପେଟରେ ଦେଖିବାକୁ ମିଳିଛି ଷ୍ଟାର୍ସଙ୍କ ଜଲୱା । ଲୋକପ୍ରିୟ ନିର୍ମାତା କରନ ଜୋହର, ଜୋୟା ଅଖତର, ନୱାଜୁଦ୍ଦୀନ ସିଦ୍ଦିକୀ, ରାଧିକା ଆପ୍ଟେଙ୍କ ସହ ଅନେକ ଷ୍ଟାର୍ସ ଏହି ଆୱାର୍ଡ ଶୋରେ ଯୋଗ ଦେଇଛନ୍ତି ।
ଫେମସ ୱେବ ସିରିଜ ‘ଲଷ୍ଟ ଷ୍ଟୋରିଜ’, ‘ଦ ରିମିକ୍ସ’ ଏବଂ ‘ସାକ୍ରେଡ ଗେମ୍ସ’ ଇଭେଣ୍ଟରେ ନୋମିନେଟ ହୋଇଥିଲା । ଲଷ୍ଟ ଷ୍ଟୋରିଜକୁ ଦୁଇଟି ପୁରସ୍କାର ପାଇଁ ତଥା ବେଷ୍ଟ ଟିଭି ମୁଭି ଓ ଏହାର ଅଭିନେତ୍ରୀ ରାଧିକାଙ୍କୁ ବେଷ୍ଟ ଆକ୍ଟ୍ରେସ ପାଇଁ ଚୟନ କରାଯାଇଥିଲା ।
ସେହିପରି ‘ସାକ୍ରେଡ ଗେମ୍ସ’ ବେଷ୍ଟ ଡ୍ରାମା ସିରିଜ ଓ ରିୟାଲିଟି ଶୋ ‘ଦ ରିମିକ୍ସ’କୁ ବେଷ୍ଟ ନନ ସ୍କ୍ରିପ୍ଟ ଏଣ୍ଟରଟେନମେଣ୍ଟ ପାଇଁ ଚନୟ କରାଯାଇଥିଲା । କିନ୍ତୁ ଏହି ତିନି ଶୋ ଆୱାର୍ଡ ଜିତିବାରେ ଅସଫଳ ସାବ୍ୟସ୍ତ ହୋଇଛନ୍ତି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଇଭେଣ୍ଟରେ ଯୋଗ ଦେଇଥିବା ଷ୍ଟାର୍ସଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । କରନ ହଲିଉଡର ପପୁଲାର ଟିଭି ସିରିଜ ‘ଗେମ ଅଫ ଥ୍ରୋନ୍ସ’ର ରାଇଟରଙ୍କ ନଜର ଆସିଛନ୍ତି । ତାଙ୍କ ସହ ଲୋକପ୍ରିୟ ନିର୍ମାତା ଅନୁରାଗ କଶ୍ୟପ ମଧ୍ୟ ଫଟୋରେ ଦେଖାଯାଉଛନ୍ତି ।