ମୁମ୍ବାଇ: ଫିଲ୍ମ 'କବୀର ସିଂ'ରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ନୂଆ ଚଳଚ୍ଚିତ୍ର 'ଇନ୍ଦୁ କି ଜୱାନୀ'ର ପ୍ରଥମ ଗୀତ 'ହସିନା ପାଗଲ ଦିୱାନୀ' ମୁକ୍ତିଲାଭ କରିଛି ।
ନିକଟରେ ଫିଲ୍ମର ଏକ ଟିଜର ରିଲିଜ ହୋଇଥିଲା। ଯାହା ପରେ ଆଜି ଏହାର ପ୍ରଥମ ଗୀତ ମଧ୍ୟ ମୁକ୍ତିଲାଭ କରିଛି । ଗୀତର ଟାଇଟଲ୍ ହେଉଛି 'ହସିନା ପାଗଲ ଦିୱାନୀ' ।
- " class="align-text-top noRightClick twitterSection" data="
">
ମିକା ସିଂଙ୍କ ଏହି ଗୀତ ଅଧିକ ଭାଇରାଲ ହେବାରେ ଲାଗିଛି । ଏହି ଗୀତରେ କିଆରା ଏକ ନୀଳ ଲେହେଙ୍ଗା ପିନ୍ଧି ଠୁମକା ଲଗାଉଥିବାର ନଜର ଆସିଛନ୍ତି । ଏହି ଗୀତଟିକୁ ମିକା ସିଂ ଏବଂ ଆସିସ୍ କୌର ଗାଇଛନ୍ତି ।
କିଆରା ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏହି ଗୀତର ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାର କ୍ୟାପସନରେ କିଆରା ଲେଖିଛନ୍ତି, 'ୟେ ହୈ ଇନ୍ଦୁ ହସିନା ପାଗଲ ଦିୱାନୀ '।
- " class="align-text-top noRightClick twitterSection" data="">
ଏହି ଚଳଚ୍ଚିତ୍ରର ଅଧିକାଂଶ ସୁଟିଂ ଉତ୍ତରପ୍ରଦେଶରେ କରାଯାଇଛି । ଏହି ଫିଲ୍ମରେ କିଆରାଙ୍କ ସହ ଆଦିତ୍ୟ ସିଲ୍ ମଧ୍ୟ ନଜର ଆସିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ