ମୁମ୍ବାଇ: 'ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ' ସିଜନ-7 ଏବଂ 'ମାଷ୍ଟରସେଫ ଇଣ୍ଡିଆ' ଭଳି ଫେମସ ଶୋର ସିନିୟର ପୋଷ୍ଟ ପ୍ରଯୋଜକ କାମ କରିସାରିଥିବା ସୋହନ ଚୌହାନଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁ ଘଟିଛି । ତାଙ୍କ ପାର୍ଥିବ ଶରୀର ମୁମ୍ବାଇର ଆର କଲୋନୀରେ ରୟାଲ ପାମ୍ସ ସୋସାଇଟିର ଏକ ପୋଖରୀରୁ ମିଳିଛି । ତାଙ୍କ ପାର୍ଥିବ ଶରୀର ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।
ଏଯାବତ ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ । ଅନ୍ୟପଟେ ତଦନ୍ତରେ ପୋଲିସ ଆତ୍ମହତ୍ୟା କେସ କହିଛି । ପୋଲିସ ସୋହନଙ୍କ ପାର୍ଥିବ ଶରୀର ଗୁଡଗାଁଓ ସିଦ୍ଧାର୍ଥ ମେଡିକାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ପ୍ରକାଶ ଥାଉକି ସୋହନଙ୍କ ମୃତଦେହ ରବିବାର ରାତିରେ ମିଳିଥିଲା । ତଦନ୍ତ ପରେ ପୋଲସି ଅଧିକ ସୂଚନା ପାଇଁ ତାଙ୍କ ପାର୍ଥିବ ଶରୀର ପୋଷ୍ଟମର୍ଟମ ପାଇଁ ପଠାଇଛି ।
ସୋହମଙ୍କ ବିଷୟରେ ମିଳିଥିବା କିଛି ସୂଚନା ଅନୁଯାୟୀ ମୁମ୍ବାଇରେ ଥିବା ନିଜ ଘରେ ସେ ଏକା ରହୁଥିଲେ । ତାଙ୍କ ମୃତ୍ୟୁ ସମୟରେ ପତ୍ନୀ ଦିଲ୍ଲୀରେ ଥିଲେ । ଶେଷଥର ସୋହନଙ୍କୁ ତାଙ୍କ ଚାକରାଣୀ ଦେଖିଥିଲେ । ଅନ୍ୟପଟେ ସେ ସୋସିଆଲ ମିଡିଆରେ ଜୁନ 13 ପର୍ଯ୍ୟନ୍ତ ସକ୍ରିୟ ଥିଲେ । କାରଣ ଜୁନ 9ରେ ସୋହନ 'ସା ରେ ଗା ମା ପା ଲିଟିଲ ଚ୍ୟାମ୍ପ'ର ଫିନାଲେର କିଛି ଫଟୋ ସେୟାର କରିଥିଲେ ।