ETV Bharat / sitara

ଦେଶର ସବୁଠୁ ବିଶ୍ବାସଯୋଗ୍ୟ ଅଭିନେତା ସାଜିଲେ ଅମିତାଭ - ଦୀପିକା ପାଦୁକୋନଙ୍କ ନ୍ୟୁଜ

ଜାରି ହୋଇଛି ଟାୟରା ରିପୋର୍ଟ । ଯେଉଁଥିରେ ସେଲିବ୍ରିଟିଙ୍କ ବିଶ୍ବାସର ସର୍ଭେ କରାଯାଏ । ବ୍ରାଣ୍ଡ ପ୍ରତି ସବୁଠାରୁ ବିଶ୍ବସ୍ତ ସେଲିବ୍ରିଟିଙ୍କ ନାମ ଘୋଷଣା ହୋଇଛି । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 27, 2020, 4:33 PM IST

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ ଲୋକପ୍ରିୟତା ସମସ୍ତେ ଜାଣନ୍ତି । କିନ୍ତୁ ଏହି ସେଲିବ୍ରିଟିଙ୍କ ମଧ୍ୟରୁ କିଏ ସବୁଠାରୁ ବିଶ୍ବାସଯୋଗ୍ୟ, ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଥାଏ । ଦର୍ଶକଙ୍କ ଏହି ସମସ୍ୟା ବର୍ତ୍ତମାନ ଦୂର କରିଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ବ୍ରାଣ୍ଡସ୍ (ଆଇଆଇଏଚ୍‌ବି) ଦ୍ବାରା ଟାୟରା ରିପୋର୍ଟ। ଯାହା ଜାରି ହୋଇଯାଇଛି। ଆଉ ବିଶ୍ବାସଯୋଗ୍ୟ ସେଲିବ୍ରିଟିରେ ସର୍ବପ୍ରଥମ ନାମ ବିଗ ବି ଅମିତାଭ ବଚ୍ଚନଙ୍କ ସାମିଲ ଅଛି । ସେହିପରି ସୁପରଷ୍ଟାର ଅକ୍ଷୟ କୁମାର, ଦୀପିକା ପାଦୁକୋନଙ୍କ ନାମ ଏହି ତାଲିକାରେ ମଧ୍ୟ।

ପ୍ରକାଶିତ ଏହି ରିପୋର୍ଟରେ ଅମିତାଭଙ୍କୁ 88.0 ସ୍କୋର ସହ ଭାରତର ସବୁଠାରୁ ବିଶ୍ବସ୍ତ ସେଲିବ୍ରିଟି ଭାବରେ ମନୋନୀତ କରାଯାଇଛି। ଅକ୍ଷୟ 86.8 ସ୍କୋର କରି ଦ୍ବିତୀୟ ସ୍ଥାନରେ ଅଛନ୍ତି। ଫିମେଲ ସେଲିବ୍ରିଟିଙ୍କ ବିଷୟରେ କହିବାକୁ ଗଲେ ଦୀପିକା 82.8 ସ୍କୋର ସହିତ ସବୁଠାରୁ ବିଶ୍ବସ୍ତ ମହିଳା ସେଲିବ୍ରିଟି ସାଜିଛନ୍ତି ।

ଏହି ସର୍ଭେରେ ଦେଶର 180 ଜଣ ସେଲିବ୍ରିଟିଙ୍କ ନାମ ସାମିଲ ଥିଲା । ସେମାନଙ୍କ ମଧ୍ୟରେ 69 ବଲିଉଡ ଏବଂ 67 ଟେଲିଭିଜନ, କ୍ରୀଡା ଏବଂ ଆନ୍ୟ 37 ସେଲିବ୍ରିଟିଙ୍କୁ ରଖାଯାଇଥିଲା। ଯଦି ଟିଭି ସେଲିବ୍ରିଟିଙ୍କ କଥା ହେବା ତେବେ ଏହି ତାଲିକାର ଶୀର୍ଷରେ କପିଲ ଶର୍ମା ଅଛନ୍ତି । ଯାହାଙ୍କ ସ୍କୋର 63.2 । ସେପଟେ କ୍ରୀଡା ଜଗତରୁ ମହେନ୍ଦ୍ର ସିଂ ଧୋନିଙ୍କ ସ୍କୋର 86.0 ରହିଛି।

ପ୍ରକାଶ ଥାଉକି ଏହି ରିପୋର୍ଟରେ ବ୍ରାଣ୍ଡର ସେଲିବ୍ରିଟ ଭାବରେ ଏକ ସର୍ଭେ କରାଯାଇଛି, ଯାହା କେଉଁ ସେଲିବ୍ରିଟି ବ୍ରାଣ୍ଡ ପ୍ରତି ସବୁଠାରୁ ବିଶ୍ବସ୍ତ ତାହା ପ୍ରକାଶ କରେ। 23 ଟି ସହରର 60 ହଜାର ଲୋକ ଏହି ସର୍ଭେରେ ଭାଗ ନେଇଛନ୍ତି ଏବଂ ପ୍ରତ୍ୟେକ ସେଲିବ୍ରିଟିଙ୍କୁ ପଏଣ୍ଟ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.