ETV Bharat / sitara

ଶିଳ୍ପାଙ୍କ ପରିବାର କୋରୋନା ପଜିଟିଭ

author img

By

Published : May 7, 2021, 4:20 PM IST

Updated : May 7, 2021, 4:49 PM IST

ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏବେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ପୁରା ପରିବାର କୋରୋନା ପଜିଟିଭ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

Including 1 YO daughter, six members of Shilpa Shetty's family test COVID-19 positive
ଶିଳ୍ପାଙ୍କ ପରିବାର କୋରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏବେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ପୁରା ପରିବାର କୋରୋନା ପଜିଟିଭ ବୋଲି ଜଣାପଡିଛି ।

କିଛି ସମୟ ପୂର୍ବରୁ ଶିଳ୍ପା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଛନ୍ତି । ଶିଳ୍ପା ଲେଖିଛନ୍ତି ଯେ, 'ଗତ 10 ଦିନ ଧରି ଆମ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ସମୟ ଥିଲା । ପ୍ରଥମେ ମୋ ଶାଶୁ ଶଶ୍ବରଙ୍କୁ କୋରୋନା ହୋଇଥିଲା, ଏହାପରେ ଏହା ମୋ କୁନି ଝିଅ ସମିଶା, ପୁଅ ବିବାନ୍, ମୋ ମା' ଏବଂ ଶେଷରେ ମୋ ସହିତ ସ୍ବାମୀ ରାଜଙ୍କ ମଧ୍ୟ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ସମସ୍ତେ ନିଜ ନିଜ କୋଠରୀରେ ଆଇସୋଲେଟରେ ଅଛନ୍ତି ଏବଂ ସମସ୍ତ ଗାଇଡଲାଇନ ଅନୁସରଣ କରୁଛନ୍ତି ।

ଏଥିସହିତ ଶିଳ୍ପା ଆହୁରି ମଧ୍ୟ କହିଛନ୍ତି ଯେ, 'ଆମର 2ଜଣ କର୍ମଚାରୀଙ୍କ ମଧ୍ୟ କୋରୋନା ପଜିଟିଭ ଆସିଛନ୍ତି। ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସମସ୍ତେ ଠିକ୍ ହେବାକୁ ଯାଉଥିବାରୁ ଭଗବାନଙ୍କୁ ଧନ୍ୟବାଦ । କିନ୍ତୁ, ଏବେ ମୋର ରିପୋର୍ଟ ନେଗେଟିଭ ଆସିଛି ।

ପ୍ରକାଶ ଥାଉ ଯେ, ଏହି ପୋଷ୍ଟ ମାଧ୍ୟମରେ ଶିଳ୍ପା ଶେଷରେ ଲୋକଙ୍କୁ ନିବେଦନ କରିଛନ୍ତି ଯେ ମାସ୍କ ପିନ୍ଧନ୍ତୁ, ଘରୁ ବାହାରକୁ ନ ଯାଆନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ।

Last Updated : May 7, 2021, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.