ହାଇଦ୍ରାବାଦ: ଗୋଲମାଲ ଅଭିନେତା କୁନାଲ ଖେମୁ ପାଳନ କରିଛନ୍ତି ନିଜର 36ତମ ଜନ୍ମଦିନ । ଜନ୍ମଦିନରେ କୁନାଲଙ୍କୁ ମିଳିଛି ବେଷ୍ଟ ଗିଫ୍ଟ । ଗିଫ୍ଟ ଦେଇଛନ୍ତି ଦେଢ ବର୍ଷର ଝିଅ ଇନାୟା ।
ହାପି ବର୍ଥ-ଡେ ଗୀତ ଗାଇବା ସହ ପିଆନୋ ବଜେଇ ବାପା କୁନାଲଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ଝିଅ ଇନାୟା । ଇନାୟାଙ୍କ ଭିଡିଓ ସେୟାର କରି ଜନ୍ମଦିନର ବେଷ୍ଟ ଗିଫ୍ଟ ବୋଲି କହିଛନ୍ତି କୁନାଲ ।
ତେବେ କରିନା ଓ ସୈଫଙ୍କ ଘରେ କୁନାଲଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ରଣବୀର କପୁର, ଆଲିଆ ଭଟ୍ଟ, ଅରମାନ ଜୈନ, ନେହା ଧୁପିଆ, ଅଙ୍ଗଦ ବେଦୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
ତେବେ କୁନାଲ ଶେଷଥର ଫିଲ୍ମ କଲଙ୍କରେ ନଜର ଆସିଥିଲେ ମାତ୍ର ଏହା ବକ୍ସ ଅଫିସରେ କମାଲ କରିପାରିନଥିଲା । ଆଗକୁ ଫିଲ୍ମ ‘ଗୋ ଗୋଆ ଗନ’ର ସ୍ବିକେଲରେ ନଜର ଆସିବେ କୁନାଲ ।