ମୁମ୍ବାଇ: କୋରୋନା ଭାଇରସ ମହାମାରୀ ହେତୁ ଆଜିକାଲି ସମଗ୍ର ଦେଶରେ ଲକଡାଉନ ଚାଲିଛି । ଏହି ସମୟରେ ବଲିଉଡର ସମସ୍ତ ଷ୍ଟାର କିଡମାନେ ସେମାନଙ୍କ ପରିବାର ସହିତ ରହି ସମୟ ବିତାଉଛନ୍ତି । ଚାଲୁଥିବା ଲକଡାଉନ ସମୟରେ ବଲିଉଡ ଅଭିନେତା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ ତାଙ୍କର ମଜାଳିଆ ଭିଡିଓ ସେୟାର କରି ଦର୍ଶକମାନଙ୍କର ମନୋରଞ୍ଜନ କରୁଛନ୍ତି । ଇବ୍ରାହିମ ଅଲି ଖାନ ତାଙ୍କର ଅନ୍ୟ ଏକ ମଜାଳିଆ ଟିକଟୋକ ଭିଡିଓ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓରେ ଇବ୍ରାହିମଙ୍କ ତାଙ୍କ ମୋବାଇଲର ମେସେଜ ନୋଟିଫିକେସନ ସହିତ ସେ ତାଙ୍କର ଭିନ୍ନ ଭିନ୍ନ ଫେସିଆଲ ଏକ୍ସପ୍ରେସନ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓର ପ୍ରାରମ୍ଭରେ ଇବ୍ରାହିମ ବହୁତ ଖୁସି ଥିଲେ ଏବଂ ଆଶା କରୁଥିଲେ ଯେ ମୋବାଇଲରେ ଆସୁଥିବା ମେସେଜ କେହି ଜଣେ ଖାସ ବ୍ୟକ୍ତିଙ୍କର ହୋଇଥିବ, କିନ୍ତୁ ଏହି ମେସେଜ ତାଙ୍କ ମାଙ୍କର ଥିଲା ଯାହାକୁ ନେଇ ସେ ମନ ଦୁଖ କରିଥିଲେ । ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଇବ୍ରାହିମ ଏହାପୂର୍ବରୁ ହିଟ ଚଳଚ୍ଚିତ୍ର ହେରାଫେରିରୁ ପରେଶ ରାୱଲଙ୍କ ଅଭିନୟ କରି ଏକ ମଜାଦାର ଭିଡିଓ ପୋଷ୍ଟ କରିଥିଲେ । ଇବ୍ରାହିମଙ୍କ ଏହି ଭିଡିଓକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥିଲେ ।
![Ibrahim Ali Khan shares hilarious video](https://etvbharatimages.akamaized.net/etvbharat/prod-images/95966757_1353657288163081_6858836329905586252_n_1305newsroom_1589361380_941.jpg)
ଅଭିନୟ କ୍ଷେତ୍ରରେ ପୁଅ ଇବ୍ରାହିମର ଆଗ୍ରହ ବିଷୟରେ ପିତା ସୈଫ ଥରେ ଏକ ପୋର୍ଟାଲକୁ କହିଥିଲେ ଯେ, ଇବ୍ରାହିମ ଅଭିନୟ କରିବା ଉଚିତ । ମୁଁ ନିଶ୍ଚିତ ଭାବରେ ମୋର ସମସ୍ତ ପିଲାମାନଙ୍କୁ ଅଭିନୟ କରିବାକୁ କହିବି । ଆମେ ପରିବାରର ସମସ୍ତ ସହସ୍ୟ ଅଭିନୟ କରନ୍ତି । ତେଣୁ ମୁଁ ନିଶ୍ଚିତ ଯେ ଇବ୍ରାହିମଙ୍କ ପାଠପଢା ସରିଲେ ସେ ଯାହା କରିବାକୁ ଚାହାଁନ୍ତି ଆମେ ଆମ ପରିବାର ତରଫରୁ ତାଙ୍କୁ ସମର୍ଥନ କରିବୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ