ETV Bharat / sitara

‘ବ୍ରେଥ୍ ଫର୍ ଇଣ୍ଡିଆ’ ଅଭିଯାନ ସମର୍ଥନରେ ସେଲିବ୍ରିଟି

author img

By

Published : May 7, 2021, 1:08 PM IST

ଅମିତାଭଙ୍କଠୁ ନେଇ ଶିଖର ଧୱନଙ୍କ ଭଳି ସେଲିବ୍ରିଟି ‘ବ୍ରେଥ୍ ଫର୍ ଇଣ୍ଡିଆ’ ଅଭିଯାନ ସମର୍ଥନ କରୁଥିବାର ଆସୁଛନ୍ତି ନଜର । ଯାହାଦ୍ବାରା ଦେଶ ପାଇଁ 10 କୋଟି ଟଙ୍କା ସଂଗ୍ରହ କରିବାକୁ ପ୍ରୟାସ କରାଯାଉଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: କୋରୋନାର ଦ୍ବିତୀୟ ଲହର ଦେଶରେ ଭୟଭୀତ ସମସ୍ତେ। ଏହି ସମୟ ସମସ୍ତଙ୍କ ପାଇଁ ସମସ୍ୟାରେ ପରିପୂର୍ଣ୍ଣ । ଏଭଳି ଘଡିସନ୍ଧି ପରିସ୍ଥିତିରେ ସେଲିବ୍ରିଟି ମିଶି ଆଇ ‘ବ୍ରେଥ୍ ଫର୍ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିବେ । ଯାହାର ହୋଷ୍ଟ କରିବେ ଅଭିନେତ୍ରୀ ଲାରା ଦତ୍ତ ଓ ଶ୍ୟାମଲ ବଲ୍ଲଭଜି । ଏହି ଭର୍ଚୁଆଲ ପାଣ୍ଠି ସଂଗ୍ରହକାରୀଙ୍କୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ, ଅନିଲ କପୁର, ଶିଖର ଧୱନ, କରନ ଜୋହର ଓ ଋଷଭ ପନ୍ତ ସମେତ ବିଭିନ୍ନ କ୍ଷେତ୍ରର ସେଲିବ୍ରିଟି ସମର୍ଥନ କରୁଛନ୍ତି ।

ଯଦି ଏହି ଅଭିଯାନ ବିଷୟରେ କଥା ହେବା ତାହାଲେ TIE ସଦସ୍ୟ ଏବଂ ଅଂଶୀଦାରମାନଙ୍କ ଦ୍ବାରା ଏହା ଏକ ପଦକ୍ଷେପ । TIE ହେଉଛି ଉଦ୍ୟୋଗୀ, ନିବେଶକ ଏବଂ ଶିଳ୍ପ ଅଧିନାୟକଙ୍କ ସର୍ବବୃହତ ବିଶ୍ବ ନେଟୱାର୍କ, ଯାହା ଆମେରିକା, ୟୁରୋପ ଏବଂ ଏପିଏସିରେ ଭାରତୀୟ ଉତ୍ପାଦନର ସଫଳ ବ୍ୟବସାୟ ମୁଖ୍ୟଙ୍କୁ ପ୍ରତିନିଧିତ୍ବ କରୁଛି ।

ଏହି ଭର୍ଚୁଆଲ ପାଣ୍ଠି ସଂଗ୍ରହ ମାଧ୍ୟମରେ ଭାରତ ପାଇଁ 10 କୋଟି ଟଙ୍କା ସଂଗ୍ରହ କରିବାକୁ ପ୍ରୟାସ କରାଯାଉଛି । ଏହା ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଏକାସାଙ୍ଗରେ ଷ୍ଟ୍ରିମିଂ ହେବ । ଆସନ୍ତା ରବିବାର ତଥା 9 ତାରିଖରେ ସନ୍ଧ୍ୟା 6ରୁ ନେଇ ରାତି 8 ପର୍ଯ୍ୟନ୍ତ ଏହାର ଷ୍ଟ୍ରିମିଂ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.