ETV Bharat / sitara

ଏକତାଙ୍କ ସିରିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କଲା ହାଇଦ୍ରାବାଦ ପୋଲିସ

author img

By

Published : Jun 3, 2020, 4:17 PM IST

ଟିଭି କୁଇନ ଏକତା କପୁରଙ୍କୁ ମିଳିଲା ଆଶ୍ବସ୍ତି । ତାଙ୍କ ପପୁଲାର ୱେବ ସିରିଜ ବିରୋଧରେ କରାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଛି ହାଇଦ୍ରାବାଦ ପୋଲିସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: ଫିଲ୍ମ ଓ ଟିଭିର ଫେମସ ନିର୍ମାତା ଏକତା କପୁରଙ୍କ ୱେବ ସିରିଜ ‘ଏକ୍ସଏକ୍ସଏକ୍ସ ଅନସେନ୍ସର୍ଡ 2’(XXX: Uncensored 2)କୁ ନେଇ ବିବାଦ । ନିକଟରେ ବିଗ ବସ 13 ଫେମ ହିନ୍ଦୁସ୍ତାନୀ ଭାଉ ଏହା ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲେ । ଯାହାକୁ ବର୍ତ୍ତମାନ ହାଇଦ୍ରାବାଦ ପୋଲିସ ରଦ୍ଦ କରିଦେଇଛି । ଏହି ସିରିଜ ନିକଟରେ ଡିଜିଟାଲ ପ୍ଲାଟଫର୍ମ ଅଲ୍ଟ ବାଲାଜୀରେ ରିଲିଜ ହୋଇଥିଲା ।

ପ୍ରକାଶ ଥାଉକି ହିନ୍ଦୁସ୍ତାନୀ ଭାଉ ଏବା ବିରୋଧରେ କରିଥିବା ଅଭିଯୋଗରେ କହିଥିଲେ ଯେ ଭାରତୀୟ ଆର୍ମି ଓ ରାଷ୍ଟ୍ରୀୟ ପ୍ରତୀକଙ୍କ ଅପମାନ କରାଯାଇଛି । ଭାଉଙ୍କ ବ୍ୟତୀତ ହାଇଦ୍ରାବାଦରେ ମଧ୍ୟ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ‘ଏକ୍ସଏକ୍ସଏକ୍ସ’ର ସେହି ସିନ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ହେଲେ ହାଇଦ୍ରାବାଦ ସାଇବର କ୍ରାଇମ ପୋଲିସ ଏହି ଅଭିଯୋଗକୁ ରଦ୍ଦ କରିଦେଇଛି ।

ଶୁଣିବାକୁ ମିଳୁଛି ହାଇଦ୍ରାବାଦ ପୋଲିସ ଯେତେବେଳେ ସେହି ସିନ ଉପରେ ଯାଞ୍ଚ କରିଥିଲା । ତେବେ ସିନରେ କୌଣସି ପ୍ରକାର ଆପତ୍ତିଜନକ ତଥ୍ୟ ସେମାନଙ୍କୁ ମିଳିନଥିଲା । ଯାହାଦ୍ବାରା ସେହି ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଏଫଆଇଆରକୁ ରଦ୍ଦ କରିଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.