ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଏବଂ ହୁମା କୁରେଶିଙ୍କ ଅଭିନୀତ ଫିଲ୍ମ 'ଜଲି LLB-2'ଆଜି 4 ବର୍ଷ ପୂରଣ କରିଛି । ଏହି ଫିଲ୍ମ 2017 ରେ ମୁକ୍ତିଲାଭ କରିଥିଲା ।
- " class="align-text-top noRightClick twitterSection" data="
">
ହୁମା ସୋସିଆଲ ମିଡିଆରେ ଏହି ସୂଚନା ଦେଇ ସମଗ୍ର ଟିମକୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ହୁମା ଅକ୍ଷୟଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି ।
ଏହି ଫଟୋ ସେୟାର କରି କ୍ୟାପସନରେ ହୁମା ଲେଖିଛନ୍ତି, 'ଜଲି LLB-2' ରିଲିଜ୍ କୁ ଆଜି 4 ବର୍ଷ ପୂରଣ କରିଛି । ସ୍ମୃତି ପାଇଁ ଅକ୍ଷୟ କୁମାର ସାର୍, ସୁଭାଷ ସାର୍ ଏବଂ ସମଗ୍ର ଟିମକୁ ଧନ୍ୟବାଦ । ଏହା ବହୁତ ମଜାଦାର ଥିଲା । ଏହି ଚଳଚ୍ଚିତ୍ରଟି ସୁଭାଷ କପୁର ନିର୍ଦ୍ଦେଶନା ଦେଇଥିଲେ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଫିଲ୍ମ ବେଲ ବଟମରେ ଅକ୍ଷୟଙ୍କ ସହିତ ହୁମାଙ୍କୁ ଦେଖିବାକୁ ମିଳିବ ।