ମୁମ୍ବାଇ: ଫେମସ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଜିରୋ’ ବକ୍ସ ଅଫିସରେ ଜବରଦସ୍ତ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । କିନ୍ତୁ ସେ ସୁପରଷ୍ଟାର ହ୍ରିତିକ ରୋଶନ, ସାରା ଅଲ୍ଲୀ ଖାନ ଓ ସାଉଥ ସୁପରଷ୍ଟାର ଧନୁଷଙ୍କୁ ନେଇ କମବ୍ୟାକ କରିବାକୁ ପ୍ଲାନିଂ କରିଥିଲେ । ବର୍ତ୍ତମାନ ଲାଗୁଛି ତାଙ୍କର ଏହି ପ୍ଲାନିଂ ଫେଲ୍ ମାରିଛି। କାରଣ ଶୁଣିବାକୁ ମିଳୁଛି ଯେ ହ୍ରିତିକ ତାଙ୍କ ସହ କାମ କରିବାକୁ ମନା କରି ଦେଇଛନ୍ତି।
ଏକ ସାକ୍ଷାତକାରରେ ଯୋଗ ଦେଇ ହ୍ରିତିକ କହିଛନ୍ତି ଯେ, ତାଙ୍କ ଅନୁଯାୟୀ ଏପରି ଖବରକୁ ସହଜରେ ମାନିବା କଥା ନୁହେଁ । ଯେଉଁ ପର୍ଯ୍ୟନ୍ତ ସେ ନିଜ ଆଗାମୀ ଫିଲ୍ମ ବିଷୟରେ ଘୋଷଣା କରିନାହାଁନ୍ତି, ଏହାପୂର୍ବରୁ ମିଥ୍ୟା ଖବର ଉପରେ ଚର୍ଚ୍ଚା କରିବା ଠିକ୍ କଥା ନୁହେଁ। ବର୍ତ୍ତମାନ ତାଙ୍କ ଉପରେ ଛାଡି ଦେବା କଥା କି ସେ କେଉଁ ଫିଲ୍ମରେ କାମ କରିବେ । ଆଉ ଯେବେ ସବୁ ସ୍ଥିର ହୋଇଯିବେ ସେ ନିଜ ମିଡିଆକୁ କହିବେ।
ହ୍ରିତିକଙ୍କ ଏପରି ବୟାନରୁ ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ ବର୍ତ୍ତମାନ ସେ ଆନନ୍ଦଙ୍କ ଫିଲ୍ମରେ ଅଭିନୟ କରିବେ ନାହିଁ । ଖାଲି ଏତିକି ନୁହେଁ ସେ ଆନନ୍ଦଙ୍କୁ ମନା କରିସାରି କଥା ମଧ୍ୟ ଚର୍ଚ୍ଚାରେ ରହିଛି। ତାଙ୍କ ଫିଲ୍ମରେ ସେ କାହିଁକି ଅଭିନୟ କରିବେ ନାହିଁ ଏହାର କାରଣ ଏଯାବତ ସାମ୍ନାକୁ ଆସିନାହିଁ ।