ମୁମ୍ବାଇ: ଏବେ ବଲିଉଡ ଗ୍ୟାଲେରୀରେ ହ୍ୟାଣ୍ଡସମ ଅଭିନେତା ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଦୁଇଜଣ ନିଜ ନିଜ ଆଗାମୀ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଯେଉଁଠାରେ ହ୍ରିତିକ ନିଜର ଚର୍ଚ୍ଚିତ ଫିଲ୍ମ 'ସୁପର-30'ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ସେହିଠାରେ ଦୀପିକା ପାଦୁକୋନ '83' ଫିଲ୍ମର ସୁଟିଂରେ ଲାଗିଯାଇଛନ୍ତି ।
ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ପ୍ରଥମଥର ଏହି ଯୋଡି ସିଲଭର ସ୍କ୍ରିନରେ ନଜର ଆସିବେ । ଖୁବଶୀଘ୍ର ପରଦାରେ ରୋମାନ୍ସ କରୁଥିବାର ଦେଖାଦେବେ ଏହି ଯୋଡି ।
କୋରିଓଗ୍ରାଫର, ନିର୍ମାତା ଫରାହ ଖାନଙ୍କ ଆଗାମୀ ପ୍ରୋଜେକ୍ଟରେ ଦେଖାଯାଇପାରନ୍ତି ଏହି ଯୋଡି । ଏହି ଫିଲ୍ମଟି ସତ୍ତା ପେ ସତ୍ତା ରିମେକ ହେବାକୁ ଯାଉଛି । ଏହି ରିମେକର ପ୍ରଯୋଜନା ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ କରିବେ ।
ପ୍ରକାଶ ଥାଉକି ପୂର୍ବରୁ ଏହି ଫିଲ୍ମ ପାଇଁ କିଙ୍ଗ ଖାନ ଶାହରୁଖ, ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ନାମ ମଧ୍ୟ ସାମ୍ନାକୁ ଆସିସାରିଛି । କିନ୍ତୁ ଫାଇନାଲ ଲିଷ୍ଟରେ ହ୍ରିତିକଙ୍କ ନାମ ସାମିଲ ହୋଇଛି । ଫରାହ ଓ ରୋହିତ ଏହି ଫିଲ୍ମରେ ଦୀପିକାଙ୍କୁ ହ୍ରିତିକଙ୍କ ଅପୋଜିଟ କାଷ୍ଟ କରିବାକୁ ଚାହୁଁଛନ୍ତି ।