ETV Bharat / sitara

ପ୍ରଫେସରଙ୍କୁ ହ୍ରିତିକଙ୍କ କଡା ଜବାବ - hrithik roshan new tweet viral

ବର୍ତ୍ତମାନ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଏକ ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଜଣେ ଫ୍ରଫେସରଙ୍କୁ ବୁଦ୍ଧି ନଥିବା ମାଙ୍କଡ ସହ ତୁଳନା କରିଛନ୍ତି।

hrithik roshan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Feb 24, 2020, 7:48 PM IST

ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ ବର୍ତ୍ତମାନ ଏକ ଟ୍ବିଟର ପୋଷ୍ଟକୁ ନେଇ ଚର୍ଚ୍ଚାରେ। ସେ ଟ୍ବିଟରେ ଜଣେ ପ୍ରଫେସରଙ୍କୁ କଡା ଜବାବ ଦେଇଥିବାର ଦେଖାଯାଉଛନ୍ତି । ସେ କ୍ରୋଧରେ ସେହି ପ୍ରଫେସରଙ୍କ ତୁଳନା ବୁଦ୍ଧି ନଥିବା ମାଙ୍କଡ ସହ କରିଛନ୍ତି। ତେବେ ଆସନ୍ତୁ ଜାଣିବା ହ୍ରିତିକ କାହିଁକି ଏପରି ଟ୍ବିଟ କରିଛନ୍ତି...

tweet
ଫଟୋ ସୌଜନ୍ୟ: ଟ୍ବିଟର@ ହ୍ରିତିକ ରୋଶନ

କଥାଟି ହେଲା ଯେ ଜଣେ ଟ୍ବିଟର ୟୁଜର ନିଜ କଜନ ସହ ୟୁନିଭର୍ସିଟିରେ ହୋଇଥିବା ଦୁର୍ବ୍ୟବହାର ବିଷୟରେ ଟ୍ବିଟ କରି ସମସ୍ତଙ୍କୁ ଜଣାଇଥିଲେ। ସେ ଏହି ଟ୍ବିଟଟି ଗତ 22 ତାରିଖରେ କରିଥିଲେ। ସେ ଲେଖିଥିଲେ ତାଙ୍କ କଜନ ଖନେଇ ଖନେଇ କହୁଥିବାରୁ ପ୍ରଫେସର ତାଙ୍କର ଖୁବ୍ ମଜାକ ଉଡାଇଥିଲେ। ଏହି କଥାରେ ନିଜ ରାଗ ସମ୍ଭାଳି ପାରିନଥିଲେ ହ୍ରିତିକ।

ସେ ସୋମବାର ଏକ ଟ୍ବିଟ କରି ଲେଖିଛନ୍ତି, ‘ଦୟା କରି ଆପଣ ନିଜ କଜନଙ୍କୁ କୁହନ୍ତୁ କି ସେହି ପ୍ରଫେସର ଓ ତାଙ୍କ ଜଜମେଣ୍ଟ ପୁରା ଫାଲତୁ । ଖନେଇ ଖନେଇ କହିବା ସମସ୍ୟା ତାଙ୍କୁ କେବେ ମଧ୍ୟ ବଡ ଭାବିବାକୁ ରୋକିପାରିବ ନାହିଁ । ଏହା ତାଙ୍କ ଭୁଲ ନୁହେଁ । ଯାହା ଉପରେ ତାଙ୍କୁ ଲାଜ ଲାଗିବା କଥା ମଧ୍ୟ ନୁହେଁ। ଯେଉଁ ଲୋକ ତାଙ୍କ ମଜାକ ଉଡାଉଛନ୍ତି ସେମାନେ ବୁଦ୍ଧି ନଥିବା ମାଙ୍କଡଙ୍କ ଠାରୁ ମଧ୍ୟ ହିନ ।’

ପ୍ରକାଶ ଥାଉକି ହ୍ରିତିକ ମଧ୍ୟ ଖନେଇ ଖନେଇ କହିବା ସମସ୍ୟା ଦେଇ ଗତି କରିସାରିଛନ୍ତି। ଏହାର ଖୁଲାସା ସେ ଅନେକ ସମୟ ପୂର୍ବରୁ କରିସାରିଛନ୍ତି। ଯାହା ପାଇଁ ତାଙ୍କୁ ସ୍କୁଲ ଓ କଲେଜରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.