ETV Bharat / sitara

ସାମ୍ନାକୁ ଆସିଲା ହ୍ରିତିକଙ୍କ ଅନେକ ରୂପ, ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଲା ହ୍ରିତିକଙ୍କ ନୂଆ ଭିଡିଓ। ଏଥର ତାଙ୍କ ସବୁ ଫିଲ୍ମର ଲୁକ ଦେଖିବାକୁ ମିଳୁଛି ଭିଡିଓରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : May 24, 2020, 4:45 PM IST

ମୁମ୍ବାଇ: ଲକଡାଉନରେ ସେଲିବ୍ରିଟି ନିଜ ନିଜ ପରିବାର ସହ ସମୟ ବିତାଉଛନ୍ତି । ବର୍ତ୍ତମାନ ସବୁ ସେଲିବ୍ରିଟି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇଯାଇଛନ୍ତି । ଯାହାଦ୍ବାରା ସେମାନଙ୍କ ପ୍ରଶଂସକଙ୍କ ସହ ସମ୍ପୃକ୍ତ ରହୁଛନ୍ତି। ଏହି କ୍ରମରେ ସାମିଲ ଥିବା ସୁପରଷ୍ଟାର ହ୍ରିତିକ ରୋଶନ ନିଜର ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ସେ ଏବେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ।

ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓଟି ଟ୍ରାକିଂ ଟେକ୍ନୋଲୋଜି ଦ୍ବାରା ତିଆରି କରାଯାଇଛି। ହ୍ରିତିକଙ୍କ ଚେହେରା କାଗଜରେ ଅଛି ଏବଂ ଏହା ଉପରେ ଏକ ଟ୍ରାନ୍ସପ୍ୟାରେଣ୍ଟ ପିଭିସି ସିଟ୍ ଥିବାରୁ, ତାଙ୍କ ଅନେକ ହେୟାର ଷ୍ଟାଇଲ ଏବଂ ଲୁକ ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି।

ହ୍ରିତିକ ଧନ୍ୟବାଦ ଜଣାଇ କ୍ୟାପସନରେ ଲେଖିଛନ୍ତି, ‘ଏହା ଶାନଦାର ଭାବରେ କରାଯାଇଛି ମିଷ୍ଟର ଆର.କେ ଆଦିଲ ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।’

ପ୍ରକାଶ ଥାଉକି ଏହି ଭିଡିଓରେ ହ୍ରିତିଙ୍କ ‘କାହୋ ନା ପ୍ୟାର ହେ’, ‘କୋଇ ମିଲ ଗୟା’, ‘କ୍ରିଶ’, ‘ଯୋଦ୍ଧା ଆବକର’ ଫିଲ୍ମର ଲୁକ ଦେଖିବାକୁ ମିଳୁଛି । ଆପଣ ମଧ୍ୟ ଦେଖନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.