ETV Bharat / sitara

23 ଘଣ୍ଟା ଉପବାସ ରହିଲେ ହ୍ରିତିକ, ଜାଣନ୍ତୁ କାରଣ

ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରୁହନ୍ତି ହ୍ରିତିକ । ଏଥର ଉପବାସ ପାଳନ କରି ଫିଟ୍ ରହିବାକୁ ଚେଷ୍ଟା ଚଳାଇଛନ୍ତି ହ୍ରିତିକ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : May 16, 2020, 10:13 PM IST

ମୁମ୍ବାଇ: ସାଧାରଣ ଲୋକଙ୍କ ପରି ସେଲିବ୍ରିଟି ମଧ୍ୟ ନିଜ ନିଜ ଘରେ ରହି ଲକଡାଉନର ପାଳନ କରୁଛନ୍ତି । ଆଉ ଏହି ସମୟରେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ସମ୍ପୃକ୍ତ ରହୁଛନ୍ତି ଷ୍ଟାର୍ସ । ଇତିମଧ୍ୟରେ ସୁପରଷ୍ଟାର ହ୍ରିତିକ ରୋଶନ ଏକ ଖାସ୍ କଥା ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ ଫିଟନେସ ପାଇଁ 23 ଘଣ୍ଟା ଉପବାସ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର ଖାସ୍ କଥା...

ଲକଡାଉନ ସମୟରେ ହ୍ରିତିକ ଫିଟନେସର ପୁରା ଧ୍ୟାନ ରଖୁଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ କୌଣସି ସୁଯୋଗ ଛାଡୁନାହାଁନ୍ତି । ଶୁକ୍ରବାର ସେ ଏକ ଖାସ୍ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟ ଜରିଆରେ ସେ ଜଣାଇଥିଲେ ଯେ ସେ 23 ଘଣ୍ଟା ଉପବାସ କରିଛନ୍ତି ଫିଟ୍ ରହିବା ପାଇଁ ।

ସେ ଇନଷ୍ଟାଗ୍ରାମରେ ସେଲ୍ଫି ସେୟାର କରି କ୍ୟାପସନରେ ଲେଖିଥିଲେ, ‘23 ଘଣ୍ଟାର ଉପବାସ । #healthyliving #resilience #disciplineequalsfreedom।’ ଖାଲି ଏତିକି ନୁହେଁ ସେ ସେଲ୍ଫି ସହ ଏକ ଆପର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି । ଯାହା ତାଙ୍କ ଫିଟନେସ ଉପରେ ନଜର ରଖୁଛି । ବର୍ତ୍ତମାନ ତାଙ୍କର ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.